-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
26-Aug-2024
ବରଗଡ଼/ପଦ୍ମପୁର(ନିରଞ୍ଜନ ତ୍ରିପାଠୀ)-ସ୍ଥାନୀୟ ରାଜଭାଟୀ ସ୍ଥିତ ଦୂର୍ଗା ମଣ୍ଡପ ରେ ସାର୍ବଜନୀନ ଦୂର୍ଗାପୂଜା କମିଟୀର ଚଳିତ ବର୍ଷ ର ଉପହାର କୁପନ ଓ ସହାୟତା ରାଶି ବହି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ର ଶୁଭ ମୂହୁର୍ତ୍ତରେ ମାଆ ଦୂର୍ଗାଙ୍କ ପୂଜାର୍ଚ୍ଚନା ଓ ଆଶୀର୍ବାଦ ନେଇ ବହି ଗୁଡିକ ଉନ୍ମୋଚିତ ହୋଇଥିଲା ।ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ବୁଲୁ ସାହୁ, ସହ ସମ୍ପାଦକ ଅଶୋକ ମିଶ୍ର, ଉପସଭାପତି ଅଜିତ ଶତପଥୀ, କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ, କମିଟିର ସଦସ୍ୟ ଶାମଳ ଦାସ, ବାବୁଲୁ ଦୋରା, ନାରାୟଣ ପୁରୋହିତ, ସନ୍ତୋଷ ମହାନ୍ତି, ଅଚ୍ୟୁତା ସେଠ, ନବ ବରିହା, ଅନୀଲ ଅଗ୍ରୱାଲ,ସୁନୀଲ ଅଗ୍ରୱାଲ, ଆଶିଷ ବଂଶଲ, ଜୟରାମ ମହାପାତ୍ର, ନର୍ସିଂ ପଟ୍ଟନାୟକ, ଭରତ ପଣ୍ଡା ,ଦୁର୍ବାଦଳ ସାହୁ,ମହେଶ ବେହେରା ,ସରୋଜ ମିଶ୍ର ଓ ବିଜୟ ବହିଦାର ପ୍ରମୁଖ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।ଲଟେରୀ ର ମୂଲ୍ୟ ସହଯୋଗ ରାଶି ୫୦ ଟଙ୍କା ଥିବା ବେଳେ ପୁରସ୍କାର ରେ ବଜାଜ ପଲସର୍ ବାଇକ ଓ ଇଲେକ୍ଟ୍ରି ସ୍କୁଟି ସମେତ ଆଉ ୨୧ ଟି ଅନ୍ୟାନ୍ୟ ପୁରସ୍କାର ଥିବା ଓ ଲଟେରୀ ଉଠାଣ ଦଶହରା ଦଶମୀ ଦିନ ହେବ ବୋଲି କମିଟୀ ର ସଭାପତି ପ୍ରତାପ ମିଶ୍ର ପ୍ରକାଶ କରିଛନ୍ତି ।