-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
26-Aug-2024
ବୋଡ଼େନ (ରାମନାଥ ପଣ୍ଡା)
ଭାରତର ପ୍ରତ୍ୟେକ ପୁରପଲ୍ଲୀରେ ,ମନ୍ଦିରରେ ଯଥାବିଧି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ହର୍ଷ ଉଲ୍ଲାସର ସହ ପାଳନ ହେଉଥିବାବେଳେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ତରାପୁର ଗ୍ରାମରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହେଉଛି ।ଗ୍ରାମର ଅନେକ ପୁରୁଷ ଓ ମହିଳା ଆଜି ସକାଳୁ ମନ୍ଦିର ମଧ୍ୟରେ ପୁରାଣ ପୂଜକ ବିରଞ୍ଚି ନାରାୟଣ ଯୋଶୀ ଓ ନନ୍ଦ କିଶୋର ଯୋଶୀଙ୍କ ପୁରାଣ ପାଠକୁ ଧ୍ୟାନ ସହକାରେ ଶ୍ରବଣ କରିବସିଛନ୍ତି ।ମନ ଧ୍ୟାନ ଦେଇ ପ୍ରଭୁ କୃଷ୍ଣଙ୍କ ଜନ୍ମ ସମୟକୁ ଆବେଗର ସହିତ ଅପେକ୍ଷା କରିଛନ୍ତି କି କେତେବେଳେ ସେହି ସମୟ ଆସିବ ।ସମସ୍ତେ ପ୍ରଭୁଙ୍କୁ ଦୋଳିରେ ଝୁଲାଇବାର ଇଚ୍ଛାରେ ଜଗିବସିଛନ୍ତି । ବସୁଦେବ ଓ ଦେବକୀଙ୍କ କରୁଣ କାହାଣୀ ସମସ୍ତଙ୍କ ମନ ଭାବନାକୁ ଛୁଇଁ ଯାଇଛି ।ମନ ମଧ୍ୟରେ ଭକ୍ତିର ଭାବନା ସୃଷ୍ଟି ହୋଇ ଚାଲିଛି ।ଏମିତି କିଛି ସମୟ ବିତି ଯିବାପରେ ପ୍ରଭୁ ଜନ୍ମ ଲାଭ କରିଛନ୍ତି ଏବଂ ସମସ୍ତ କୃଷ୍ଣ ପ୍ରେମୀ ପ୍ରଭୁଙ୍କୁ ଦୋଳି ଝୁଲାଇ ମନରେ ସନ୍ତୋଷ ଲାଭ କରିଛନ୍ତି ।