-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
24-Aug-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର )
ଅଗଷ୍ଟ ବିପ୍ଳବର ମୁକସାକ୍ଷୀ, ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସର ଦ୍ୱିତୀୟ ଜାଲିଓ୍ୱାନାବାଗ ରୂପେ ବେଶ ଖ୍ୟାତି ଅର୍ଜନ କରିଛି ଏହି ପବିତ୍ର ସ୍ଥାନ । ପାପଡାହାଣ୍ଡି ଟୁରୀ ନଦୀ ନିକଟରେ ରହିଛି ଏହି ଶହୀଦ ସ୍ତମ୍ଭ । ଯେଉଁଠାରେ ଶହୀଦ ଦିବସ ପାଳନ କରାଯାଇଛି । ଆଜିର ଦିନରେ ବ୍ରିଟିଶ ଗୁଳିରେ ପ୍ରାଣବଳୀ ଦେଇଥିବା ଅମର ସହୀଦଙ୍କ ଉଦ୍ଦେଶ୍ୟରେ ସ୍ମୃତି ଦିବସ ପାଳନ କରାଯାଇଛି ।ଜାତିର ପିତା ମହାତ୍ମାଗାନ୍ଧିଙ୍କ ମୁତ୍ତରେ ପୁଷ୍ପମାଲ୍ୟ ପ୍ରଥମେ ଦିଆଯାଇଥିଲା । ଶହୀଦ ମସାଲକୁ ସମ୍ମାନ ପ୍ରଦର୍ଶନ ଓ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା ।ଶୋଭାଯାତ୍ରା ଶହୀଦ ମିନାର ପହଞ୍ଚିବା ପରେ ମୀନାରଠାରେ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ ଓ ସ୍ମୃତି ସୌଧଠାରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ଟୁରୀ ନଦୀରେ ପୋଲିସ ପକ୍ଷରୁ ସାମରିକ ଅଭିବାଦନ ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ରୂପେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ର୍ବଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବଳେେ ସମ୍ମାନୀୟ ଅତିଥ୍ରୂପେ ରାଜ୍ୟ ସଭା ସାଂସଦ ଶ୍ରୀ ମୁଜିବୁଲ୍ଲା ଖାନ୍, ଲୋକସଭା ସାଂସଦ ଇଂ. ବଳଭଦ୍ର ମାଝୀ ବିଧାୟକ ଡାବୁଗାଁ ଶ୍ରୀ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତରାଙ୍କ ସହ ଜିଲ୍ଲପାଳ ଡଃ ଶୁଭଙ୍କର ମହାପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ର୍ବମା ପ୍ରମୁଖ ଯୋଗ ଦେଇଥିଲେ।