-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
23-Aug-2024
ନୁଆପଡା (ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲାର ତରବୋର୍ଡ ଗ୍ରାମ ପରିଦର୍ଶନ କରିବା ସହିତ ସେଇଠି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।ନିଜ ରାସନ କାର୍ଡ ସମସ୍ୟାକୁ ନେଇ ଜଣେ ଗରିବ ଝିଅ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିବା ସମୟରେ ଜିଲ୍ଲାପାଳ ଝିଅ ପାଖରୁ ଅନେକ କିଛି ପଚାରି ବୁଝିଥିଲେ ।ଜାଣିବାକୁ ପାଇଲେ ଝିଅ ଆର୍ଥିକ ଅଭାବ କାରଣରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ କରିଛି କିନ୍ତୁ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହୋଇ ରହିଯାଇଛି । ଏହି ବିଷୟକୁ ଜିଲ୍ଲାପାଳ ଗୁରୁତ୍ଵ ଦେଇ ତତକ୍ଷଣାତ୍ ଉପ ଜିଲ୍ଲାପାଳ ତଥା ଜରୁରୀ କାଳୀନ ଅଧିକାରୀ ଆଲୋକ କୁମାର ଅନୁଗୁଳିଆଙ୍କୁ ନିର୍ଦ୍ଦେଶ କଲେ କି ମାଗଣାରେ ଝିଅର +୨ ରେ ନାମ ଲେଖାଇବାକୁ ଏବଂ ଝିଅକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।ଉପ ଜିଲ୍ଲାପାଳ ଆଜି ସେହି ଝିଅକୁ ଘାଟି ପଡ଼ାସ୍ଥିତ ଶ୍ରୀ ସାଇ କଲେଜରେ ନାମ ଲେଖାଇ ଥିବା ସୂଚନା ମିଳିଛି।ଜିଲ୍ଲାପାଳଙ୍କ ଏହି ମହାନତା ପାଇଁ ଝିଅର ପରିବାର କୃତଜ୍ଞତା ଜଣାଇଥିବା ବେଳେ ଜିଲ୍ଲାର ବୁଦ୍ଧିଜୀବୀ ମହଲ ପ୍ରଶଂସା କରିଛନ୍ତି ।ପ୍ରକୃତରେ ଜିଲ୍ଲାପାଳଙ୍କ ଏହି ମହାନ ଆଦର୍ଶ ଓ କର୍ତ୍ତବ୍ୟନିଷ୍ଠ ଉପ ଜିଲ୍ଲାପାଳଙ୍କ କର୍ତ୍ତବ୍ୟ ଜନସମାଜକୁ ପ୍ରେରଣା ଯୋଗାଇଛି ।