-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
23-Aug-2024
ଉଲୁଣ୍ଡା(ପ୍ରେରଣା ଖବର): ଶୁକ୍ରବାର ଉଲୁଣ୍ଡା ବ୍ଲକ ସ୍ଥିତ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରବେଶ ଓ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ବଲ୍ଲଭ ପୁରୋହିତ ସଭାପତିତ୍ଵ କରି ବିଦ୍ୟାଳୟର ଇତିହାସ, ନୀତିନିୟମ ବିଷୟରେ କହିବା ସହିତ ଶୃଙ୍ଖଳା ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ନିତ୍ୟାନନ୍ଦ ମିଶ୍ର ପାଠ୍ୟସୂଚୀ, ଅଧ୍ୟାପକ ସୁଶାନ୍ତ ଦେହୁରୀ ପରୀକ୍ଷା ପଦ୍ଧତି ଉପରେ ଆଲୋଚନା କରିଥିବା ବେଳେ ଅଧ୍ୟାପକ ଉଦ୍ଧବ ପଧାନ ଶିକ୍ଷାନୁଷ୍ଠାନକୁ ରା଼ଗିଂମୁକ୍ତ କରିବାକୁ ପରାମର୍ଶ ଦେଇଥିଲେ। ଯୁକ୍ତ ଦୁଇ ଦ୍ୱତୀୟ ବର୍ଷ ଛାତ୍ରୀଛାତ୍ରମାନେ ନୂତନ ଛାତ୍ର/ଛାତ୍ରୀ ମାନଙ୍କୁ ସ୍ବାଗତ କରିବା ସହିତ ନିଜ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ। ନୂତନ ଛାତ୍ରୀଛାତ୍ରମାନେ ଶୃଙ୍ଖଳିତ ହୋଇ ଶିକ୍ଷାନୁଷ୍ଠାନର ସମସ୍ତ ନୀତିନିୟମ ମାନ୍ତି ଚଳିବା ସହିତ ଭଲ ପାଠ ପଢି ନାଁ ରଖିବାକୁ ପ୍ରତିଶ୍ରୁତି
ଦେଇଥିଲେ। ଏହି ଅବସରରେ ଦ୍ୱିତୀୟ ବର୍ଷ ଛାତ୍ରୀ ପ୍ରଭାତୀ ଖଣ୍ଡଗିରି ସ୍ବାଗତ ଭାଷଣ ଦେଇଥିବା ବେଲେ ଅଧ୍ୟାପକ ଵାଳମକୁନ୍ଦ ବାରିକ ସଭା ପରି ଚାଳନା କରିଥିଲେ , ଅଧ୍ୟାପିକା ସାଧନା ମେଣ୍ଡିଲି, ଅମିତା ରାଣୀ ସାହୁ ଅଭିଭାଷଣ ରେ ସ୍ୱାଗତ ଜଣାଇଥିଲେ l କାର୍ଯ୍ୟକ୍ରମ ରେ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ଶେଷରେ ଛାତ୍ରୀ ନିରୁପମା ମେଣ୍ଡିଲି ଧନ୍ୟବାଦ ଅର୍ପଣ କରିଥିଲେ।