-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ଜିଲ୍ଲା

ବ୍ରାହ୍ମଣୀ କେଜିବିଭିକୁ ପାମ୍ପରା କରିଦେଲେଣି ! ଦୁର୍ବଳା ଅଧିକାରିଣୀକୁ ଉଦାସୀନ ଅଧିକାରୀ : ଭଗବାନଙ୍କ ଭରସାରେ ଶହେ ଅନ୍ତେବାସିନୀ

21-Aug-2024



ସଇଁନ୍ତଳା(ପ୍ରେରଣା ଖବର): ସଇଁନ୍ତଳା ବ୍ଲକ୍ ର କସ୍ତୁରବା' ଗାନ୍ଧୀ ବାଳିକା ବିଦ୍ୟାଳୟ ବା କେଜିବିଭିର ଦୂରବସ୍ଥା ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ ।  ଗାଁ' ମୁଣ୍ଡ ଅପନ୍ତରାରେ ୨୦୧୪ର ରଙ୍ଗଛଡା ପୁରୁଣା ହଷ୍ଟେଲ ବିଲଡିଂ ସାଙ୍ଗକୁ ଏଠାରେ ପାଠପଢ଼ାର ବ୍ୟବସ୍ଥା ନଥିବା ଓ ଏଠାରୁ ପ୍ରାୟ ଅଢେଇ କିମି ଦୂରରେ କୁମାରୀ ଓ ଡେଙ୍ଗ୍ ଗ୍ରାମରେ ଥିବା ସ୍କୁଲରେ ପଢୁଥିବା ୯ମ ଓ ୧୦ମ ଶ୍ରେଣୀର ଛାତ୍ରୀଙ୍କ ପାଇଁ ଏକ ନିର୍ମାଣାଧୀନ ନୂଆ ହଷ୍ଟେଲ ସହ ଅକ୍ଷର ଲିଭି ଯାଇଥିବା ଗେଟ୍ , ଅସୁରକ୍ଷିତ ଅନୁଚ୍ଚ ପାଚେରୀ ଏବଂ ବଣବୁଦା ଘେରା ଛାତ୍ରୀନିବାସକୁ ଦେଖିଲେ ଏଇ ପାମ୍ପରାଦୁଇମହଲା କୋଠାର ଭଙ୍ଗାଦଦରା ପାମ୍ପରା କୋଠରୀରେ ଯେ ୧୦୦ ଅନ୍ତେବାସିନୀ କିଶୋରୀଛାତ୍ରୀ କିପରି ରହୁଥିବେ , କଳ୍ପନା କରିବା କଷ୍ଟକର  !  ଅନତିଦୂରରେ ଗାଁ' ଭିତରେ ଅବସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ୟାନ୍ୟ ପିଲାମାନଙ୍କ ସହ ଏହି ଛାତ୍ରୀଛାତ୍ରୀମାନେ ପାଠପଢନ୍ତି । ଏଇ ସ୍କୁଲର ସମୁଦାୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦+୧୩୨ = ୨୩୨ । ଦୀର୍ଘ ୭ ବର୍ଷ ଧରି   ଏହି ସ୍କୁଲ ଓ ୨୦୧୧ରୁ ଖୋଲିଥିବା କେଜିବିଭିର ପ୍ରଧାନଶିକ୍ଷୟିତ୍ରୀ ବନାମ ସୁପରିଣ୍ଟେଣ୍ଡେଣ୍ଟ୍ ଅଛନ୍ତି  ସ୍ନେହଣଞ୍ଜୁଳା ନନ୍ଦ ଓ କେଜିବିଭିର ମେଟ୍ରନ୍ ବନ୍ଦିତା ଶତପଥୀ । ସ୍କୁଲ୍ ର ୭ଜଣ ଶିକ୍ଷକ / ଶିକ୍ଷୟିତ୍ରୀ , ୨ ଜଣ ସ୍ଥାୟୀ/ ଅସ୍ଥାୟୀ ରାନ୍ଧୁଣୀଙ୍କୁ ନେଇ ତାଙ୍କର ଶିକ୍ଷାସଂସାର । ତେବେ ଆମର ପ୍ରତିନିଧି ଦଳ ଗତକାଲି ଏଇ ସ୍କୁଲକୁ ଗଲାବେଳେ କୌଣସି ପିଅନ ଫିଅନ ନଥିବାରୁ ନିଜେ ପ୍ରଧାନଶିକ୍ଷୟିତ୍ରୀ ଅଫିସ୍ କୁ ଟାଣି ଟାଣି ଦୁଇତିନୋଟି ପ୍ଲାଷ୍ଟିକ୍ ଚୌକି ଆଣି ପକାଇ ଘାବୁରେଇ ଗଲାପରି ଲାଗୁଥିଲେ । ନା ତ ସେ କହିପାରିଲେ ସ୍କୁଲଗୁଡିକୁ ମିଳୁଥିବା ପି ଏଫ୍ ଏମ ଏସ ପାଣ୍ଠି ସମ୍ପର୍କରେ , ନା ଥିଲା କୌଣସି ଖାତାପତ୍ର ( ପଚାରିବାରୁ ଅଡିଟ ଥିବାରୁ ଘରକୁ ନେଇଯାଇଛି ସଫେଇ ଦେଲେ ) , ନା ସ୍କୁଲର ସାମଗ୍ରୀ କେଉଁ ଭେଣ୍ଡରଙ୍କ ଠାରୁ କିଣନ୍ତି ପଚାରିଲେ , ସେ ' ଭେଣ୍ଡର ' କ'ଣ ବୋଲି ପ୍ରଥମେ ବୁଝି ନପାରି କିଛିବେଳ ପରେ ଦୁଇଜଣ ଦୋକାନୀଙ୍କ ନାଁ କହିଲେ ଓ କେଜିବିଭିର ଡାଏଟ୍ , ପାଇଖାନାଦି ପରିଷ୍କାରପରିଚ୍ଛନ୍ନତା ବା ସୁବିଧାଅସୁବିଧା ସମ୍ପର୍କରେ କିଛି ଜାଣିଥିବା ଜଣାପଡିଲା । ଛେପ ଢୋକି ଢୋକି ଖାଲି କହିଲେ , ୧୦ ଜଣିଆ ସ୍କୁଲ କମିଟିର ସଭାପତି ଅଛନ୍ତି ଗାଁ'ର ତପୀ ଜାନୀ । ଜାନୀବାବୁଙ୍କ ଦେଖା ହୋଇପାରିଲାନି । ତେବେ ପ୍ରତି ଛାତ୍ରୀପିଛା ସରକାର ୮୦ଟଙ୍କାର ଦୈନିକ ମେସ୍ ଖର୍ଚ୍ଚ , ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚବାର୍ଚ୍ଚ , ପୋଷାକ ବା ୟୁନିଫର୍ମ , ସ୍ବାସ୍ଥ୍ୟାବସ୍ଥାଦିର କୌଣସି କ୍ଷେତ୍ରରେ ସୁବ୍ୟବସ୍ଥା ଥିବା ଜଣାପଡିଲା ନାହିଁ !

ପଶ୍ଚାତାପ ହେଲା , କାହିଁକି ଯେ ସରକାର ବନାମ ସର୍ବଶିକ୍ଷା

ଅଭିଯାନ ବା ସମଗ୍ରଶିକ୍ଷାର ଶିକ୍ଷାବିଭାଗ ଓ ଏଥିପାଇଁ ଅନ୍ୟ କର୍ତ୍ତୃପକ୍ଷମାନେ ରହିବା ସତ୍ତ୍ୱେ ଏପରି ଏକ ଅପନ୍ତାରରେ କାହା ସ୍ବାର୍ଥରେ ଏଠାରେ କେଜିବିଭି ବା ଶହେଟି ଛାତ୍ରୀଙ୍କର ଏକ ସ୍ବତନ୍ତ୍ର ଆବାସିକ ଶିକ୍ଷାନୁଷ୍ଠାନ ରହିଛି , ବୁଝିବା ଦୁଷ୍କର  ! ପ୍ରଧାନଶିକ୍ଷୟିତ୍ରୀଙ୍କ କହିବାନୁଯାୟୀ , କୁଆଡେ ଗତ ମେ ମାସରେ ଡିପିସି ତଥା ଡିଇସି ଧ୍ରୁବ ଚରଣ ବେହେରା ଯାଇଥିଲେ ସେଠିକି । ତେବେ ତାଙ୍କ ଆଖିରେ କେମିତି ଏ ବିବର୍ଣ ଖଣ୍ଡହର୍ ପରି ଦିଶୁଥିବା ଛାତ୍ରୀନିବାସ ସହ ଅନ୍ୟାନ୍ୟ ଅବ୍ୟବସ୍ଥାର ଦୃଶ୍ୟ ପଡିଲାନାହିଁ ଓ ଏତେଦିନରେ ସେ କି ପଦକ୍ଷେପ ନେଲେ , ତାଙ୍କୁ ପଚାରିଲେ ଜଣାପଡିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like