-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
04-May-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡl ପକ୍ଷରୁ ବିଜୁ ପଟ୍ଟନାୟକ ଛକ ଠାରେ ସଂଗଠନ ର ସଭାପତି ତଥା ପ୍ରତିଷ୍ଠାତା ସ୍ୱର୍ଗୀୟ ଲକ୍ଷ୍ମୀ ନାରାୟଣ ମେହେର ଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ଜଳ ଛତ୍ର ର ଶୁଭାରମ୍ଭ କରଯାଇଛି l ସର୍ଵ ସଧାରଣ ଙ୍କ ପାଇଁ ଉଦ୍ଧିଷ୍ଟ ଏହି ମହତ କାର୍ଯ୍ୟ କ୍ରମ କୁ ମା ସୁରେଶ୍ଵରୀ ଙ୍କ ଆଜ୍ଞାମାଳ ଆସିବା ପରେ ପ୍ରତିଷ୍ଠାତା ସଭ୍ୟ ପଦ୍ମାବତୀ ମେହେର , ପୂର୍ବତନ ବିଧାୟକ ତଥା ବରିଷ୍ଠ ଆଇନଜୀବୀ ଅଚ୍ୟୁତ ବିଶ୍ଵାଳ ଓ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଶୁଭ ଉଦ୍ଘାଟନ କରିଥିବା ବେଳେ ସ୍ୱଚ୍ଛ ଭାରତ ସଂଗଠନ ର ସଭାପତି ସାୟଦ ଅଲିମୂଲ୍ ଇସଲାମ, ଉପଦେଷ୍ଟା ଗରିବ ଲୋଇ, ଇନ୍ଦୁମତି ପୁରୋହିତ, ଆଇନଜୀବୀ ପ୍ରଦୀପ ପୁରୋହିତ ଅତିଥି ଭାବରେ ଯୋଗଦେଇ କର୍ମ କର୍ତ୍ତା ଙ୍କୁ ଉତ୍ସାହିତ କରିଥିଲେ l ଲୋକ ମାନଙ୍କୁ ଆଜି ଥଣ୍ଡା ପାଣି ଓ ଦହି ସର୍ବତ ବଣ୍ଟନ କରଯାଇଥିଲା l ସମ୍ପାଦକ ମନୋରଞ୍ଜନ ତ୍ରୀପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସଭ୍ୟ ରାମ ଚନ୍ଦ୍ର ଅଗ୍ରୱାଲା, ମନୋଜ ପଣ୍ଡା, ତରଣି ମେହେର, ଲଡୁ କିଶୋର ମଲ୍ଲିକ, ଦିଲ୍ଲୀପ ଭୁକ୍ତା, ପ୍ରଭାସ ମେହେର, ପ୍ରତ୍ୟୁଷ ମେହେର, ପରେଶ ମେହେର,ତ୍ରିଲୋଚନ ତରିଆ, ଶୁଶାନ୍ତ ସାହୁ, ଜୟନ୍ତ ବେହେରା, ଜୟ ନାରାୟଣ ସାହୁ, ଦେବାଶିଷ ମିଶ୍ର, ବିରମିତ୍ର ଦଣ୍ଡସେନା, ଅଜୟ ଭୋଇ ପ୍ରମୁଖ ସଙ୍ଗଠନ ର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l