-+91-9937148622 |
prerana_bgr@rediffmail.com |
Saturday 18th July 2026 |
R.N.I. Regd No. ODIODI/2010/46693
Breaking News
08-Jul-2023
ମୁରିବାହାଲ(ସୁଦାମ ଚରଣ ବଘାର ): ମୁରିବାହାଲ କଲ୍ଯାଣ ମଣ୍ଡପ ଠାରେ ମୁରିବାହାଲ ବ୍ଲକ ସ୍ତରୀୟ ଭାଜପା ର ମଣ୍ଡଳ ସମାବେଶ ( ମହା ଜନସମ୍ପର୍କ ଅଭିଯାନ) ଅନୁଷ୍ଠିତ ହୋଇ ଯାଇଛି।ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବେ ଭାଜପାର କିଷାନ ମୋର୍ଚ୍ଚା ରାଜ୍ଯ ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ଶାସନ ପୂର୍ତ୍ତି ଅବସରରେ ଜନହିତକର କାର୍ଯ୍ୟ ବିଷୟ ରେ ମତ ବ୍ଯକ୍ତ କରିଥିଲେ ତଥା ପ୍ରତ୍ଯେକ ଲୋକଙ୍କ ଘରକୁ ଯାଇ ଜନହିତକର କାର୍ଯ୍ୟ ବିଷୟ ରେ ଲୋକଙ୍କୁ ଅବଗତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଭାଜପାର ମୁରିବାହାଲ ମଣ୍ଡଳ ସଭାପତି ସୁରେଶ ଭୋଇ ,ଇଶ୍ୱର ପୁଟେଲ, ମହାଦେବ ଟାହାଣୀ,ମୁନିରାମ ନାଗ, ଖୀରସିନ୍ଧୁ ବଛା, ଜିଲ୍ଲା କାର୍ଯ୍ୟକାରୀଣୀ ସଦସ୍ୟ ସୁରେଶ ନେହୁରା,ସାଧାରଣ ସମ୍ପାଦକ, ନାରାୟଣ ସାହୁ, ସୋବାସ ପୋଡ଼, ପ୍ରଦୀପ ବଛା, କୈବଲ ବେହେରା, ପଦ୍ମନାଭ ସାହୁ,ଯୁବମୋର୍ଚା ସଭାପତି ମକୁନ୍ଦ ବଗର୍ତ୍ତୀ, ସରୋଜ ବାଗ, ଓ ଅଂଚଳର ବହୁ ଭାଜପା କାର୍ଯ୍ୟକର୍ତ୍ତା ସାମିଲ ଥିଲେ।