-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
07-Jul-2023
ବଲାଙ୍ଗୀର, ବନମହୋତ୍ସବ ସପ୍ତାହ ଉପଲକ୍ଷେ ବଲାଙ୍ଗୀର ମନୋହରପୁର ପୋଲିସ ହାଇସ୍କୁଲ ତରଫରୁ ଆଜି ସ୍କୁଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍କୁଲର ପ୍ରଧାନଶିକ୍ଷକ ବିରାଟକେଶରୀ ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏ.ଡି.ଇ.ଓ କେଶବ ଚନ୍ଦ୍ର ମେହେର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆଜି ର ଅସନ୍ତୁଳିତ ପରିବେଶରେ ବୃକ୍ଷରୋପଣର ଆବଶ୍ୟକତା ସଂପର୍କରେ ବୁଝାଇଥିଲେ । ଅନ୍ୟତମ ଅତିଥି ଭାବରେ ସାପ୍ତାହିକ ‘ପ୍ରେରଣା’ ର ସଂପାଦକ ରଘୁ ନନ୍ଦନ ସିଂହ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ରୁଗୁଡି ପଡା ସିଆର୍ସିସି ବିଜୟିନୀ ଦାନୀ ପ୍ରମୁଖ ମଂଚାସୀନ ରହି
ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷା ଓ ସମସ୍ତେ ଗଛ ଲଗାଇବା ନିତାନ୍ତ ଜରୁରୀ ବୋଲି କହିଥିଲେ । ଗଛ ଲଗାଇବା ସହ ଗଛର ଯତ୍ନ ଓ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଲେ ନୂତନ ଜଙ୍ଗଲ ସୃଷ୍ଟି ହୋଇପାରିବ ବୋଲି ଅତିଥି ମାନେ ମତ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମେହେର ସ୍କୁଲ ମଧ୍ୟରେ ଥିବା ୱାଟର କୁଲର୍ ଓ ନବନିର୍ମିତ ଶୈଚାଳୟକୁ ଉଦ୍ଘାଟନ କରିଥିଲେ । ଶେଷରେ ସିଆର୍ସିସି ବିଜୟିନୀ ଦାନୀ ଧନ୍ୟବାଦ ଅର୍ପଣ କରିଥିଲେ ।
ସଭା ପରେ ଆମନ୍ତ୍ରିତ ଅତିଥିଙ୍କ ସମେତ ସ୍କୁଲର ଷ୍ଟାଫ୍ , ଛାତ୍ରଛାତ୍ରୀ ଓ ମୋ ସ୍କୁଲ ଅଭିଯାନର ସଭ୍ୟ ମାନେ ସ୍କୁଲ ପରିସରରେ ଅଁଳା, ବଉଳ ଆଦି ଚାରାରୋପଣ କରିଥିଲେ ।କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍କୁଲର କର୍ମଚାରୀ ଶରତ ନାଗ, କୃଷ୍ଣପ୍ରିୟା ପଣ୍ଡା, ସ୍କୁଲ ଅଲୁମୁନି ଏସୋସିଏସନର ସଭାପତି ଗୋବିନ୍ଦ ବହିଦାର ଓ ସଂପାଦକ ଜୟକିଶନ ରଣା ପ୍ରମୁଖ ସହଯୋଗ କରିଥିଲେ ।