-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
07-Jul-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର ): ଗଛ ଲଗାଇବା । ଧରିତ୍ରୀ ମାଆ ଙ୍କୁ ସମ୍ମାନ ଜଣାଇବା । ପରିବେଶ ସବୁଜିମାରେ ହସି ଉଠିବ। ଜଳବାୟୁ କୁ ସ୍ବାସ୍ଥ୍ୟ ଉପଯୋଗି କରିବା । ଏହି ଉଦ୍ଦେଶ୍ୟରେ ଆଜି ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଜିଲ୍ଲା ଶିକ୍ଷଧିକାରୀ ଲକ୍ଷ୍ମଣ ଭୋଇ ଏବଂ ଜିଲ୍ଲା ଆଇନ ସହାୟତା ସଂଯୋଜକଙ୍କ ଆହ୍ବାନ କ୍ରମେ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱ ରେ ପରିବେଶ ସଚେତନତା ସଭା ଆୟୋଜିତ ହୋଇଥିଲା। ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ବୃକ୍ଷରୋପଣର ମହତ୍ତ୍ୱ,ଗୁରୁତ୍ୱ, ଉପାଦେୟତା ବିଷୟରେ ପ୍ରାଞ୍ଜଳ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଜୁନିୟର ରେଡ଼କ୍ରସ ୟୁନିଟ , ଭଗତ ସିଂହ ସ୍କାଉଟ ଟ୍ରୁପ୍ ଏବଂ ଅନ୍ୟାନ୍ୟ ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସ୍କୁଲ ଖେଳ ପଡ଼ିଆ ପରିସରରେ ଆମ୍ବ,ନିମ୍ବ, ଅଁଳା,କରଞ୍ଜ, କୃଷ୍ଣ ଚୁଡ଼ା, ଶାଗୁଆନ ପ୍ରଭୃତି ପ୍ରଜାତିର ୨୫ ଗୋଟି ଚାରା ରୋପଣ କରାଯାଇଥିଲା । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲା ସ୍କାଉଟ ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ ସଂଯୋଜନା କରିଥିଲେ । ଅନୁମାନଙ୍କ ମଧ୍ୟରେ ସଞ୍ଜୀବ କୁମାର ପୂଜାରୀ ,ମିନକେତନ ଦାସ, ବିଭୀଷଣ ଖମାରୀ, ସ୍ନିଗ୍ଧା ପ୍ରଧାନ ଓ କିରଣ ପୁଟେଲ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ ।