-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
07-Jul-2023
ବଲାଙ୍ଗୀର:(ପ୍ରେରଣା ଖବର )- ଦୁଇ ଦିନ ତଳେ ଜଣେ ମାନସିକ ଅନଗ୍ରସର ବ୍ୟକ୍ତି ଉଲଗ୍ନ ଅବସ୍ଥାରେ ସୁଲିଆ ଘାଟି ରେ ବୁଲୁଥିଲେ ।ଯାତାୟାତ କରୁଥିବା ଲୋକେ ଏଭଳି ବ୍ୟକ୍ତି କୁ ଦେଖି ଭୟ ପ୍ରକଟ କରୁଥିଲେ ।ପ୍ରେରଣା ସମ୍ବାଦ ପତ୍ର ରେ ଶୀର୍ଷକ " ମହୀମୁଣ୍ଡା ସୁଲିଆ ଘାଟି ରାସ୍ତା ଉପରେ ସନ୍ଦିଗ୍ଧ ଅବସ୍ଥାରେ ଯୁବକ" ସମ୍ବାଦ ପରିବେଷଣ ହେଲାପରେ ମାହେଶ୍ଵରୀ ସଂଗଠନ ତପ୍ତର ହୋଇ ଉଠିଥିଲେ ।ସଙ୍ଗେ
ସଙ୍ଗେ ଗୋଟିଏ ଚାରି ଚକିଆ ଗାଡ଼ିରେ ସୁଲିଆ ଘାଟି ରୁ ଉକ୍ତ ଯୁବକ କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କୁ ନେଇ ଆସି ତାର ସେବା ଶୁଶ୍ରୁଷା କରିଥିଲେ ।ଉଲଗ୍ନ ଅବସ୍ଥାରେ ଥିବାରୁ ତାକୁ ପ୍ୟାଣ୍ଟ୍ ପିନ୍ଧାଇ ସେଠାରୁ ଆଣିଥିଲେ ।ମାହେଶ୍ଵରୀ ସଂଗଠନ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବରେ ବେଶ୍ ପରିଚିତ ।ଅସୁବିଧା ରେ ଥିବା ଲୋକଙ୍କୁ ବିନା ଦ୍ବିଧାରେ ସାହାଯ୍ୟ ସହଯୋଗ ର ହାତ ବଢ଼ାଇ ଥିବା ନଜିର ଅଛି ।
ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ୟକ୍ତି ଜଣକ ଜିଲ୍ଲାର ହେଉ କି ରାଜ୍ୟର ହେଉ ଅବା ରାଜ୍ୟ ବାହାରର ହେଉ ଏହି ମାହେଶ୍ଵରୀ ଅନୁଷ୍ଠାନ ବାଛ ବିଚାର କରି ନାହିଁ ।ଏଣୁ ଏହି ସଂସ୍ଥା ସବୁ ସ୍ଥାନରେ ବେଶ୍ ପରିଚିତ ।ଉଲଗ୍ନ ଯୁବକକୁ ଘାଟି ଉପରୁ ଆଣିଥିବା ସଂସ୍ଥାର ଯୁବକ ମାନେ ହେଲେ ଦେବାଶିଷ ପାଣ୍ଡିଆ,ଶୋଭନ କୁମାର ଅଗ୍ରୱାଲ,ଶିବ ପ୍ରସାଦ ମିଶ୍ର,ସୌମ୍ୟ ରଞ୍ଜନ ପଣ୍ଡା ଏବଂ ସୌମ୍ୟ ରଂଜନ ବେହେରା ।