-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
06-Jul-2023
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଆଗଲପୁରବ୍ଲକ ଅନ୍ତର୍ଗତ ସାନ୍ ଫାଷଡ ଗ୍ରାମରେ l ଗ୍ରାମର ଶତାଧିକ ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ପ୍ରବଳ ବର୍ଷା ସତ୍ବେ ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଭେଟି ଶିକ୍ଷକ ନିଯୁକ୍ତି କରିବା ପାଇଁ ଲିଖିତ ଅଭିଯୋଗ ଜଣାଇଛନ୍ତି l ସେମାନେ ଅଭିଯୋଗ କରିଛନ୍ତି ଯେ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିବାବେଳେ ଶିକ୍ଷକ ମାତ୍ର ୨ ଜଣ l ଏଥିରେ ପାଠ ପଢା ହେବ କେମିତି l ପିଲାଙ୍କର ଭବିଷ୍ୟତ ଅନ୍ଧକାର ହେବାକୁ ଯାଉଛି, ଏମିତି କେବଳ ଗୋଟିଏ ସ୍କୁଲ ନୁହେଁ ବ୍ଲକର ଅଧିକାଂଶ ସ୍କୁଲ ରେ ଶିକ୍ଷକ ପଦବୀ ଖାଲି ପଡ଼ିଛି l ସରକାର ଏହି ଦିଗପ୍ରତି ଦୃଷ୍ଟି ଦେଲେ ଭଲ ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l
ଅଧିକାରୀ ସୁଶ୍ରୀ ରୀନା କୁମାରୀ ବେହେରା ତୁରନ୍ତ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ବି ଇ ଓ ଙ୍କ ର ପ୍ରତିକ୍ରିୟା ମାଗିଥଲୁ ହେଲେ ସେ ପ୍ରତିକ୍ରିୟା ଦେବାକୁ ମନାକଲେ l ଏ ବିଷୟ ପ୍ରତି ଧ୍ୟାନଦେଇ ତୁରନ୍ତ ଶିକ୍ଷକ ପଦ ପୂରଣ କରାଯିବ ବୋଲି ପ୍ରକାଶ କଲେ l ଏ ବିଷୟରେ ଛାତ୍ର ଛାତ୍ରୀ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଭାପତି ଙ୍କ ପ୍ରତିକ୍ରିୟା ନିଆଯାଇଛି l