-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
06-Jul-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ଖେଳପଡି ଠାରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଉକ୍ତ ଖେଳ ପଡିଆ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା। ଏହା ସହ ଏକ ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା। ବୀରମହାରାଜପୁର ବନଖଣ୍ଡ ଅଧିକାରୀ ଅବିନାଶ ବେରିହା ଙ୍କ ନେତୃତ୍ବରେ ସ୍ଥାନୀୟ ସରପଞ୍ଚ ଆକସ୍ମିତା ବଢିଆ, ସମିତି ସଭ୍ୟ ସଇଁନ୍ଦୁ ସାହୁ, ଦୁରଦୁରା ଫରେଷ୍ଟର ଲିଙ୍ଗରାଜ ନାଏକ, ପିତାମହୁଲ ଫରେଷ୍ଟ ଗାର୍ଡ ପ୍ରଭାସିନୀ କୁମ୍ଭାର , ବିଜୟସିଂ ସାମନ୍ତ,ସୁଜିତ ସେଠୀ, ପ୍ରଦୀପ ବଢ଼ିଆ ଓ ବନ ସଂରକ୍ଷଣ ସମିତିର ସଭ୍ୟମାନେ ସାମିଲ ହୋଇଥିଲେ।