-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
06-Jul-2023
ବରଗଡ଼:-କୁରୁଆଁ ସରକାରୀ ଉଚ୍ଚ ପ୍ରାଥମିକ ବିଧ୍ୟାଳୟ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ସେଠଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଏହି ଅବସରରେ କୁରୁଆଁ ସରପଞ୍ଚ ପୁଷ୍ପାଞ୍ଜଳୀ କଳତାଙ୍କ ନେତୃତ୍ବ ରେ ବିଧ୍ୟାଳୟ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀଙ୍କ ସହ ଏକ ଶୋଭାଯାତ୍ରା ବାହାରି ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାସ୍ଥଳ ଙ୍କୁ ପହଁଚିଥିଲେ।ବିଦ୍ୟାଳୟ ଛାତ୍ର ଛାତ୍ରୀ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁଷ୍ପଗୁଛ ଦେଇ ଆଶୀର୍ବାଦ ଗ୍ରହଣ କରି ଥିଲେ।
ସଭା ରେ ଶ୍ରୀ ସେଠଙ୍କ କାର୍ଯ୍ୟକାଳ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ରେ ରହି ଥିବା ତାଙ୍କ ସମ୍ପୃକ୍ତି ଏବଂ ଉଚ୍ଚ କୋଟି ର ଶିକ୍ଷାଦାନ ର ପ୍ରଶଂସା କରା ଯାଇ ଥିଲା। ବିଧ୍ୟାଳୟ
ପରିଚାଳନା କମିଟି ପକ୍ଷରୁ ଉପଢ଼ୋକନ ଏବଂ ପୁଷ୍ପଗୁଛ ସହ ସ୍ମୃତିଫଳକ ପ୍ରଦାନ କରି ଥିଲେ। ଉପସ୍ଥିତ ଗଣ୍ୟମାନ୍ୟ ବ୍ୟକ୍ତି ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସେଠ ଙ୍କୁ ସମ୍ବର୍ଦ୍ଧିତ କରି ଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ତାଙ୍କ ପ୍ରତି ଶ୍ରଦ୍ଧା ବାରି ପଡ଼ିଥିଲା ।
(ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ)