-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
05-Jul-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ଙ୍କ ସ୍ୱାର୍ଥ ସମ୍ବଳିତ ୧୦ଦଫା ଦାବିପତ୍ର ୫-ଟି ସଚିବ ଭି କେ ପାଣ୍ଡିଆନ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରଦାନ କରାଯାଇଛି l ପୂର୍ବ ରୁ ଭୁବନେଶ୍ୱର ରେ ଓ ମୟୁରଭଞ୍ଜ ରେ ରାଜ୍ୟ ସଂଘ ପକ୍ଷ ରୁ ରାଜ୍ୟ ସମାବେଶ ରେ ଏହି ଦାବି ସବୁ ମୁଖ୍ୟମନ୍ତ୍ରୀ ଙ୍କୁ ଉପସ୍ଥାପନା କରାଯାଇଥିବା ବିଷୟ ଆଲୋଚନା କରିଥିଲେ l ଓ ଏହା କୁ ଗୁରୁତର ସହ ବିଚାର କରିବାକୁ ଅନୁରୋଧ କରିଥିଲେ l ଏ ସବୁ ଦାବି ବିଷୟ ରେ ମୁଁ ଅବଗତ ଅଛି ଏବଂ ଏସବୁ ସମସ୍ୟା ର ସମାଧାନ ଲାଗି ପ୍ରୟାସ ଓ ବିଚାର ବିମର୍ଶ ଚାଲିଥିବା ଶ୍ରୀ ପାଣ୍ଡିଆନ ସାମ୍ବାଦିକ ଙ୍କୁ ସୋନପୁର ରେ କହିଥିଲେ l ସଂଘ ର ଉପଦେଷ୍ଟା ଦିଲ୍ଲୀପ ପାତ୍ର ଙ୍କ ନେତୃତ୍ୱ ରେ ସୁବର୍ଣପୁର ଶାଖା ର ସଭାପତି ମନୋରଞ୍ଜନ ତ୍ରିପାଠୀ, ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ସ ମ୍ପାଦକ ମହାଦେବ ମଲ୍ଲିକ, ଓ କୋଷାଧ୍ୟକ୍ଷ୍ୟ ଭାସ୍କର ବାବୁ ଶ୍ରଦ୍ଧାକାର ଦାଶ ପ୍ରମୁଖ ଅନେକ ସଭ୍ୟ ଉପସ୍ଥିତ ଥିଲେ l