-+91-9937148622 |
prerana_bgr@rediffmail.com |
Tuesday 28th July 2026 |
R.N.I. Regd No. ODIODI/2010/46693
Breaking News
05-Jul-2023
ବଲାଙ୍ଗିର:-ମାନବ ସମାଜ ବଂଚିବା ପାଇଁ ପର୍ଯ୍ୟାନ୍ତ ପରିମାଣର ବୃକ୍ଷ ରୋପଣ ର ଆବଶ୍ୟକତା ରହିଛି।ବୃକ୍ଷ ହିଁ ଜୀବନ ଆଧାରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ଅଧିନସ୍ଥ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମହରାପଦର ରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଶ୍ରୀମାନ ନବ କିଶୋର ନନ୍ଦଙ୍କ ପ୍ରୟାସରେ ପର୍ଯ୍ୟାପ୍ତ ପରିମାଣର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛି।ଏ ପରିପ୍ରେକ୍ଷୀରେ ଗତକାଲି ବନମହୋତ୍ସବ
ପାଳନ କରାଯାଇ ଓୈାଷଧିୟ ବୃକ୍ଷ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା।ପ୍ରାରମ୍ଭେ ସ୍କୁଲର ଛାତ୍ରଛାତ୍ରୀ ମାନେ ସ୍କୁଲ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବୃକ୍ଷ ହିଁ ଜୀବନ,ଗୋଟିଏ ମଣିଷ କୁ ଗୋଟିଏ ଗଛ,ପରିବେଶ ସୁରକ୍ଷା ଆମରି ହାତରେ ଇତ୍ୟାଦି ନାରା ଦେଇ
ଗାଁ ଗାଁ ବୁଲି ଜନସଚେତନତା ସୃଷ୍ଟି କରିଥିଲେ।ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଉମାକାନ୍ତ ମାଝି,ସଂସ୍କୃତ ଶିକ୍ଷକ କୃପାସିନ୍ଧୁ ସାହା,ହିନ୍ଦୀ ଶିକ୍ଷକ କିଶୋର କୁମାର ବେହେରା ବୃକ୍ଷ ରୋପଣ ର ଆବଶ୍ୟକତା କାହିଁକି ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।ଖେଳ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ବେହେରାଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ନାରା ଦେଇ ଗ୍ରାମରେ ଜନଜାଗରଣ ସୃଷ୍ଟି କରିବାର ଦେଖିବାକୁ ମିଳିଥିଲା।