-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତ ଙ୍କ ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବିଛିନ୍ନ ବିରୋଧରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ

04-Jul-2023



ବଲାଙ୍ଗିର(ଦେବାଶିଷ ବହିଦାର ): ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଘା ବ୍ଲକ ଅନ୍ତର୍ଗତ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୪ ଦିନ ହେଲା ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବନ୍ଦ କରି ଦିଆଯାଇଥିବାରୁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଲାଙ୍ଗୀର ଜିଲ୍ଲା ପ୍ରଶାସନର ଏହି ଅମାନବୀୟ ପଦକ୍ଷେପ ବିରୋଧରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି । ବିଶେଷ କରି ବର୍ଷାଦିନ ହୋଇଥିବାରୁ ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବନ୍ଦ କରି ଦିଆଯାଇଥିବାରୁ ଗ୍ରାମର ବୁଢ଼ା ବୁଢ଼ୀ, ଶିଶୁ ଓ ଶାରିରୀକ ଭାବେ ରୋଗାକ୍ରାନ୍ତ ମାନଙ୍କ ଦୁର୍ଦ୍ଦଶାର ସୀମା  କହିଲେ ନସରେ । ଏକଦା ନିଜର ଜୀବନ ଜୀବିକା ଓ ବାସସ୍ଥାନ ହରାଇବା ଆଶଙ୍କାରେ ସଂପୃକ୍ତ ଅଞ୍ଚଳର ଜନସାଧାରଣ ଲୋୟର ସୁକତେଲ ପ୍ରକଳ୍ପ କାମକୁ ବିରୋଧ କରି ଆନ୍ଦୋଳନ କରି ଆସୁଥିବା ବେଳେ ସମୟ କ୍ରମେ ରାଜ୍ୟ ତଥା ଜିଲ୍ଲା ପ୍ରଶାସନର ଅମାନବୀୟ ନିର୍ଯ୍ୟାତନା ଓ ଦମନ ଫଳରେ କ୍ଷତିପୁରଣ ଓ ପୁନର୍ବାସ ଥଇଥାନ ପ୍ୟାକେଜକୁ ଗ୍ରହଣ କରି ବିସ୍ଥାପନ ପାଇଁ ରାଜି ହୋଇଥିଲେ। କିନ୍ତୁ ଅଦ୍ୟାବଧି ପ୍ରକଳ୍ପ ପ୍ରଭାବିତ ଅନେକ ଗ୍ରାମର ଲୋକ ମାନଙ୍କୁ ସରକାରଙ୍କ ଦ୍ଵାରା ଘୋଷିତ କ୍ଷତିପୂରଣ ମିଳି ନଥିବା ବେଳେ ପ୍ରଶାସନର ଏଭଳି ଅମାନବୀୟ ଓ ମାନବାଧିକାର ଉଲ୍ଲଘଂନର ଚିତ୍ର ପଦାକୁ ଆସିଛି। ଇତିମଧ୍ୟରେ ୭୦୦ରୁ ଉର୍ଦ୍ଧ୍ବ ପରିବାର ବାସ କରୁଥିବା ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମର ବିଦ୍ୟାଳୟକୁ ଭାଙ୍ଗି ଦିଆଯିବା ସହିତ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କ ଟ୍ରାନ୍ସଫର୍ ସାର୍ଟିଫିକେଟ ସେମାନଙ୍କ ଅଭିଭାବକ ମାନଙ୍କୁ ଜବରଦସ୍ତ ପ୍ରଦାନ କରାଯାଇଛି । ବାସହରା ମାନଙ୍କୁ ଘୋଷିତ କ୍ଷତିପୂରଣ ମିଳି ନଥିବା ବେଳେ ଓ ବର୍ଷା ଦିନେ ବିସ୍ଥାପିତ ମାନେ କୁଆଡେ ଯିବେ ଯୋଜନା କରୁଥିବା ବେଳେ ହଠାତ୍ ଜିଲ୍ଲା ପ୍ରଶାସନ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମକୁ ‌ ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବିଛିନ୍ନ କରିଦେବା ଘଟଣା  ସେମାନଙ୍କ 'କଟା ଘା'ରେ ଚୂନ ଦେବା ସଦୃଶ' ହୋଇଛି ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ପ୍ରଶାସନର ଏପରି ନିନ୍ଦନୀୟ କାର୍ଯ୍ୟ ସମ୍ବିଧାନର ମୌଳିକ ଅଧିକାର ଧାରା-୨୧ର ସ୍ପଷ‌୍ଟ ଉଲଂଘନ ବୋଲି ଅଭିଯୋଗ କରି ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଓଡ଼ିଶା ପକ୍ଷରୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି। ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ର ରାଜ୍ୟ ଆବାହକ ତଥା ସାମାଜିକ କର୍ମୀ ନରେନ୍ଦ୍ର ମହାନ୍ତି ଗତକାଲି ରାତିରେ ଜାତୀୟ ମାନବାଧିକାର କମିଶନଙ୍କ ପୋର୍ଟାଲ ଜରିଆରେ ଏହି ଅଭିଯୋଗ କରିଛନ୍ତି ଓ ମାନବାଧିକାର ଉଲ୍ଲଘଂନ ର ଶୀକାର ହୋଇଥିବା ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମବାସୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି। 

ଶ୍ରୀ ମହାନ୍ତି ତାଙ୍କର ପିଟିସନ ଜରିଆରେ ଅବିଳମ୍ବେ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମକୁ ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ କରିବା, ରାଜ୍ୟ ତଥା ଜିଲ୍ଲା ପ୍ରଶାସନର ଏଭଳି ଅମାନବୀୟ କାର୍ଯ୍ୟ ତଥା ମାନବାଧିକାର ଉଲଂଘନ ଯୋଗୁଁ ପ୍ରତ୍ୟେକ ପରିବାରକୁ ୧୦,୦୦୦ (ଦଶହଜାର ଟଙ୍କା) କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେବା ଏବଂ ବିସ୍ଥାପିତ କରିବା ପୂର୍ବରୁ ସମସ୍ତ ବିସ୍ଥାପିତ ମାନଙ୍କୁ ଘୋଷିତ କ୍ଷତିପୂରଣ ଓ ପୁନର୍ବାସ ଯୋଜନାରେ ଥଇଥାନ କାର୍ଯ୍ୟ ତଦାରଖ ତଥା ନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଏହି ପିଟିସନ ରେ ସେ ରାଜ୍ୟର ମୂଖ୍ୟ ଶାସନ ସଚିବ ଓ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଏହି ଅଭିଯୋଗ ଜାତୀୟ ମାନବାଧିକାର କମିଶନଙ୍କ ପୋର୍ଟାଲ ର ଡାଏରୀ ସଂଖ୍ୟା 10750/IN/2023 ଦ୍ଵାରା ପଞ୍ଜିକୃତ ହୋଇଛି ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like