-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
09-Jun-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଆଜି ଲୋଇସିଂହା ବ୍ଲକ ସଭା ଗୃହରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ବିଡ଼ିଓ ଆକାଶ ରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ଉପସ୍ଥିତ ଲୋଇସିଂହା ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଉପାଧ୍ୟକ୍ଷ୍ୟା ସୁଭାଷିନୀ ନାଏକ, ଜିପିଓ କିଶୋର ଚନ୍ଦ୍ର ମାନସିଂହ, ଏପିଓ ପୁଷ୍ପାଞ୍ଜଳି ସ୍ୱାଇଁ, ଗୋଷ୍ଠୀ ଖାଦ୍ୟ ଯୋଗାଣ ଅଧିକାରୀ ଶ୍ରୀ ସୋମ୍ୟରଞ୍ଜନ ମହାନନ୍ଦ, ଏ. ଇ, ଜେ. ଇ, ଜିଲ୍ଲା ପରିଷଦ ସଭ୍ୟ ଲିଳିମା ବେହେରା ଓ ସଂଯୁକ୍ତା ବରିହା, ସାଂସଦ ଙ୍କ ପ୍ରତନିଧି ବାଳକୃଷ୍ଣ ଧରୁଆ, ଏମଏଲଏ ଙ୍କ ପ୍ରତନିଧି ଗୌରାଙ୍ଗ ନାଏକ ସମେତ ସରପଞ୍ଚ, ସମିତି ସଭ୍ୟା ଓ ସଭ୍ୟ ଉପସ୍ଥିତ ଥିଲେ l ଆଜିର ଏହି ବୈଠକ ରେ ପାଣି, ରାସ୍ତା ଓ ମନରେଗା କାମ ଉପରେ ଗୁରୁତ୍ୱ ଆଲୋଚନା ହୋଇଥିଲା l ପାଣି ଟିୱେଲ, ଏସିଏମ ମାନଙ୍କର ଦରମା, ପାଣି ସମସ୍ୟା ସହ ଭିଜିଲାନ୍ସ ତଦନ୍ତ ଉପରେ ତର୍କ ବିତର୍କ ହୋଇଥିଲା l ବିଡ଼ିଓ ଓ ବାଦିବାହାଲ ସରପଞ୍ଚ ମଧ୍ୟରେ କିଛି ବିଷୟ କୁ ନେଇ ଯୁକ୍ତିତର୍କ ହେବାସହ କିଛି ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟରେ ପଂଚାୟତ ର ଉନ୍ନତିମୂଳକ କାମ ଉପରେ ଟଣାଓଟରା ହୋଇଥିଲା l ବିଡ଼ିଓ ଶ୍ରୀ ଆକାଶ ରଞ୍ଜନ ସାହୁ ଲୋଇସିଂହା ରେ 10 ଟି ଅମୃତ ସରୋବର କାର୍ଯ୍ୟ ସ୍ୱୀକୃତି ହୋଇଛି ଯାହାକି ପଂଚାୟତ ଲେବେଲ ରେ କରିବା ପାଇଁ କହିଥିଲେ l ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଭତ୍ତା ଓ ପାଣି ସମସ୍ୟା ର ସମାଧାନ ସହ ମନରେଗା କାମ କିଛି ମାତ୍ରାରେ ସମିତି ସଭ୍ୟ ମାନେ କରିବେ ବୋଲି ଦୃଷ୍ଟି ଆକର୍ଷଣ କଲେ l ଯୋଗାଣ ଅଧିକାରୀ ଶ୍ରୀ ମହାନନ୍ଦ ୫ ବର୍ଷ ରୁ ଅଧିକ ହେଉଥିବା ତା ହେଲେ ନୂତନ ରାସନ କାର୍ଡ ହୋଇପାରିବ ବୋଲି ପ୍ରକାଶ କରିଥିଲେ l