-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
09-Jun-2023
ତୁଷୁରା(ପଞ୍ଚାନନ ନାଏକ): ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍.ଏ.ସି କ୍ଲଷ୍ଟର୍ ର G20 ଅନ୍ତର୍ଗତ ଏଜୁକେସନ୍ ଓ୍ଵାର୍କିଂ ଗ୍ରୁପ୍ (EdWG) ର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବାଳିକା ନୋଡାଲ୍ ହାଇସ୍କୁଲ ଠାରେ ସି.ଆର୍.ସି.ସି. ଜଗମୋହନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଭକ୍ତ ଚରଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସି.ଆର୍.ସି.ସି. ଶ୍ରୀ ତ୍ରିପାଠୀ କାର୍ଯ୍ୟକ୍ରମ ସଂପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମାଳୟା ଗୁରୁ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ବିଦ୍ଯୁତ ଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀ ହେମନ୍ତ କୁମାର ଦାଶ, ଶ୍ରୀ ସୁମନ୍ତ ନନ୍ଦ, ଶ୍ରୀ ଉମାକାନ୍ତ ବଗର୍ତ୍ତି, ଶ୍ରୀମତୀ ସଂଯୁକ୍ତା ପ୍ରଧାନ, ଶ୍ରୀ ରାଜକୁମାର କାଲସାଏ, ଶ୍ରୀ ଚନ୍ଦ୍ରଧ୍ଵଜ ମେହେର, ଶ୍ରୀମତୀ ଗିତାଞ୍ଜଳି ପ୍ରଧାନ ତଥା ସମସ୍ତ ବିଦ୍ୟାଳୟ ର ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଅଭିଭାବିକା ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।