-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
09-Jun-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କଲାପଥର ମାଁ ଉମାଦେବୀ ଆଞ୍ଚଳିକ କଲେଜର ଯୁବ ରେଡକ୍ରସ୍ କାଉନସିଲର ତଥା ଅଧ୍ୟାପକ ଉଦ୍ଧବ ପଧାନ ଙ୍କୁ ସବୁଜ ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଥିବା ଜଣାଯାଇଛି। ଭୁବନେଶ୍ୱର ଜୟଦେବ ଭବନ ଠାରେ ବିଶ୍ବ ପରିବେଶ ଦିବସ ଅବସର ରେ ପ୍ରେରଣା ଇଣ୍ଟରନେସନାଲ ଗ୍ରୀନ ଆର୍ମି ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବୃକ୍ଷ ପ୍ରେମୀ ସମାବେଶ ଓ ସମ୍ୱର୍ଦ୍ଧନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଯୁବ ରେଡକ୍ରସ୍ କାଉନସିଲର ତଥା ଅଧ୍ୟାପକ ଶ୍ରୀ ପଧାନ ଙ୍କୁ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।ଏହି ସମାବେଶ ରେ ଅନୁଷ୍ଠାନ ର କମାଣ୍ଡାଣ୍ଟ ଇନ୍ ଚିଫ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ , ସମ୍ମାନିତ ଅତିଥି ଭାବେ ବିଶ୍ବବ୍ୟାଙ୍କ ର ପରାମର୍ଶଦାତା କୁମରବର ଦାସ, ମେଜର କଳ୍ପନା ଦାଶ, ଡ଼ଃ ପ୍ରକାଶ ଶ୍ରୀଚନ୍ଦନ, କିଶୋର ଦ୍ଵିବେଦୀ,ରୋଟାରିଆନ୍ ବିଶ୍ଵ ମୋହନ ପଟ୍ଟନାୟକ, ଅଧ୍ୟାପିକା ଅନୁପମା ଚମ୍ପତିରାୟ, ଜୟଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।