-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-Jun-2023
ନବରଙ୍ଗପୁର// /ଡାବୁଗାଁ ଥାନା ତଥା ପାପଡାହାଣ୍ଡି ବ୍ଲକ୍ ଅଧୀନ ମାନିଗାଁ ପଞ୍ଚାୟତ କେନ୍ଦୁଗୁଡା ଗ୍ରାମରେ ରହୁଥିବା ହରିବନ୍ଦୁ ଗୌଡ ଙ୍କ ପୁଅ ସମୀର ଗୌଡ(୨୨) ନିଜ କାମ ସାରି ସନ୍ଧ୍ୟା ସମୟରେ ନିଜ ଘରେ ମୋବାଇଲ ଚାର୍ଜ କରିବା ସମୟରେ ବିଦ୍ୟୁତ ସମ୍ପର୍କ ଆସିଥିଲେ ଏବଂ ବହୁ ସମୟ ଧରି ବିଦୁତ ସମ୍ପର୍କ ରହିବା ଦ୍ବାରା ସମୀର ଗୌଡ ଗୁରୁତର ହୋଇ ପଡ଼ିଥିଲେ l ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ହରିବନ୍ଧୁ ଙ୍କୁ ପାପଡ଼ାହାଣ୍ଡି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘଷୋଣl କରିଥିଲେ।ପରିବାର ଲୋକ ଏ ବିଷୟରେ ଡାବୁଗାଁ ଥାନାରେ ଜଣାଇଥିବା ସୂଚନା ମିଳିଛି। ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣା ପଡିବ।
(ରିପୋର୍ଟ : ମିହିର ଶଙ୍କର ପାତ୍ର,ନବରଙ୍ଗପୁର)