-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଭୀଷ୍ମଗିରି ଉନ୍ନୟନ ପରିଷଦର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

07-Jun-2023



ବ୍ରହ୍ମପୁର (ଝିଲ୍ଲି କୁମାରୀ ସାହୁ ): ଭୀଷ୍ମଗିରି ଉନ୍ନୟନ ପରିଷଦର ସାଧାରଣ ପରିଷଦ ବୈଠକ(ତା -୦୬-୦୬-୨୦୨୩ ରିଖ) ଦିନ ଭୀଷ୍ମଗିରି କଳିଙ୍ଗ ବୈଶ୍ୟ ସମାଜ ଗୃହରେ ଅନୁଷ୍ଠିତ ହୋଇ ଯାଇଛି  l ପରିଷଦର ସଭାପତି ପ୍ରଶାନ୍ତ କୁମାର ପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ବୃନ୍ଦାବନ ପଣ୍ଡା ବୈଠକର ଆଭିମୁଖ୍ୟ ଜଣାଇବା ସହିତ ଏହା ମଧ୍ୟରେ ନିଆ ଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ l  

ଦୈନନ୍ଦିନ ଗ୍ରାମ ସଫେଇ, ଆବର୍ଜନା ଉଠାଇବା, ନାଳ ନର୍ଦମାର ପୁନଃରୁଦ୍ଧାର ଅଭାବରୁ ପାଣିଜମିବା କାରଣରୁ ଉତ୍ପନ୍ନ ପରିସ୍ଥିତି ଏବଂ ପାନୀୟ ଜଳର ସଙ୍କଟ ଆଦି ସମ୍ପର୍କରେ ସ୍ଥାନୀୟ ଗ୍ରାମ ପଂଚାୟତ ର ସ୍ଥାଣୁତାକୁ ନେଇ ଗଭୀର ଉଦବେଗ ପ୍ରକାଶ କରାଗଲା
ସେହିଭଳି ପଞ୍ଚାୟତର ଅପାରଗତାରୁ ଲୋକଙ୍କୁ ନିୟମିତ ଭତ୍ତା ମିଳିପାରୁ ନାହିଁ , ସେହିଭଳି ବିଧବା,ବାର୍ଦ୍ଧକ୍ୟ ଭତ୍ତା ଓ ଆବାସ ଯୋଜନା ପାଇବା ପାଇଁ ଅପେକ୍ଷାରତ ନୂତନ ହିତାଧିକାରୀ ଙ୍କୁ ସାମିଲ କରାଯାଇପାରୁ ନାହିଁ । ମନରେଗା କାମରେ ମିଛ ବିଲ କରି ଅର୍ଥ ହରିଲୁଟ ଚାଲିଥିବା ବିଷୟ ନେଇ ଉପସ୍ଥିତ ଗ୍ରାମବାସୀ ଓ ୱାର୍ଡ ସଭ୍ୟ ମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ।  ୧୯୭୨ ମସିହାରୁ ଭୀଷ୍ମଗିରି ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ଆସୁଥିଲା ବେଳେ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୨୦ ମସିହାଠାରୁ ଦୁଇକୋଟି ଟଙ୍କା ବ୍ୟୟରେ ଏକ ଉନ୍ନତ ଯୋଜନା ପ୍ରସ୍ତୁତ ହୋଇ ସାରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ  ଫଳରେ ଲୋକେ ଘୋର ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏଣୁ ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ରୁଷ୍ଟି ଆକର୍ଷଣ କରା ଯାଇଥିଲେ ମଧ୍ୟ ଏଯାଏଁ ସେଥିରେ ସୁଧାର ଆସିପାରୁ ନାହିଁ , ଏଣୁ  ସୂଚନା ଅଧିକାର ଆଇନ ବଳରେ ସେ ସବୁ ତଥ୍ୟ ସଂଗ୍ରହ ପାଇଁ ସ୍ଥିର କରାଗଲା । ୧୯୮୮ ମସିହାରୁ ଭୀଷ୍ମଗିରି ଠାରେ ପ୍ରତିଷ୍ଠିତ ବାଳିକା ଉଚ୍ଚ ବିଦ୍ୟାଳୟର କୋଠା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା କାରଣରୁ ଏବଂ ଗତ ୨୦୨୦ ମସିହା ଠାରୁ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ତାକୁ ସଂପୂର୍ଣ୍ଣ କରିବାରେ ଅବହେଳା ଯୋଗୁଁ କେତେବେଳେ ଯେ ପିଲାଙ୍କ ମୃତ୍ୟୁର କାରଣ ହେବ ସେହି ଆଶଙ୍କାରେ ଅଭିଭାବକ ମାନେ କାଳାତିପାତ କରୁଛନ୍ତି। ସେହିଭଳି ବିଦ୍ୟାଳୟର ପରିଚାଳନା କମିଟିକୁ ୨୦୧୨ ମସିହାରୁ ଭାଙ୍ଗି ଦିଆ ଯାଇଥିଲେ ମଧ୍ୟ ତାହାର ପୁନର୍ଗଠନ କରାଯାଉନାହିଁ । ଫଳରେ ସେହି ଅନୁଷ୍ଠାନଟି ଏକ ପ୍ରକାର ଦୁର୍ଦିନରେ ଗତିକରୁଛି। 

ଏହି ସବୁ ବିଷୟକୁ ନେଇ ଏକ ପ୍ରତିନିଧି ଦଳ ସ୍ଥାନୀୟ ସରପଞ୍ଚଙ୍କ ସହିତ ସାକ୍ଷାତ କରି ଗ୍ରାମ ପଞ୍ଚାୟତକୁ ସୁପରିଚାଳନା ଦିଗରେ କାର୍ଯ୍ୟ କରିବାକୁ ଆଲୋଚନା କରାଯିବାକୁ ସ୍ଥିର ହେଲା ଏବଂ ପରବର୍ତୀ ବୈଠକରେ ଉନ୍ନୟନ ପରିଷଦର କଳେବରକୁ ବୃଦ୍ଧି କରି ଆବଶ୍ୟକ ସ୍ଥଳେ ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ସ୍ଥିର କରାଯାଇଥିଲl। 
  ଏହି ବୈଠକରେ ଭୀଷ୍ମଗିରି ଉନ୍ନୟନ ପରିଷଦର କର୍ମକର୍ତ୍ତା ଓ ୱାର୍ଡ ସଭ୍ୟଙ୍କ ସମେତ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ, ପ୍ରଫୁଲ୍ଲ କୁମାର ମହାନ୍ତି, ପୀତାମ୍ବର ଗୌଡଙ୍କ ସମେତ

ମହେନ୍ଦ୍ର କୁମାର ପଣ୍ଡା, ନିରଞ୍ଜନ ମହାନ୍ତି, ଶୁଭେନ୍ଦୁ କୁମାର ପାଢୀ, ସିମାଞ୍ଚଳ ଗୌଡ, ରମେଶ ଚନ୍ଦ୍ର ପାଠୀ, ସନ୍ତୋଷ କୁମାର ପଟ୍ଟନାୟକ, ବିଜୟ କୁମାର ଗୌଡ,ବି ଶିବ ପ୍ରସାଦ ପୃଷ୍ଟି, ପ୍ରକାଶ ଚନ୍ଦ୍ର ସେଠି, ବାଦ୍ରି ସୁକୁଟା, ଏନ ମଙ୍ଗଳା, ପୀତବାସ ରଥ, ମୃତ୍ୟୁଞ୍ଜୟ ପଣ୍ଡା, ନାଏବ ସରପଞ୍ଚ  ବାଦ୍ରି ଚନ୍ଦ୍ରମଣୀ,ୱାର୍ଡ ସଭ୍ୟା ଶ୍ରୀମତୀ ଅମୂଲ୍ୟ କୁମାରୀ ଦାସ,ଅଜୟ କୁମାର ପଣ୍ଡା,ବି ଲବ କୁମାର ପୃଷ୍ଟି ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like