-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
07-Jun-2023
ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗିର ସହର ଡେଲି ମାର୍କେଟ ପଛପଟୁ ୫ ଜଣ ଅପରାଧୀଙ୍କୁ ଟାଉନ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଚିମିନି ଭାଟି ପଡା ର ରମାକାନ୍ତ ସ୍ୱାଇଁ, କଂଶାରି ପଡା ର ସଚିନ ଦାସ, ମଣିଷ ବେହେରା, ଅବଦୁଲ ଅନିଶ ଓ ମାଲଗୋଦାମ ପଡା ର ପ୍ରଦୀପ ବାରିକ । ସୂଚନା ଅନୁସାରେ ଏହି ୫ ଜଣ ଡକାୟତି କରିବାକୁ ଯୋଜନା କରୁଥିଲେ । ରାତିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପି ସି ଆର ପୁଲିସ ସେମାନଙ୍କୁ ଧରି ଥାନା କୁ ଆଣିଥିଲା । ପୂର୍ବର ମଧ୍ୟ ସେମାନଙ୍କ ନାମରେ ଅନେକ ମାମଲା ରହିଥିବାରୁ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଆଇ ଆଇ ସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।