-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
07-Jun-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଗତକାଲି ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ବୁଢ଼ାରଜା ଛକ ନିକଟରେ ଦୀର୍ଘ ଦିନ ଯାଏ ପଡି ରହିଥିବା ଜଣେ ମୁକ ନିସହାୟ ମହିଳାଙ୍କୁ ସ୍ଥାନୀୟ କ୍ରୀଡ଼ାବିଦ ତଥା ସାମାଜିକ କର୍ମୀ ପଠାଣ ପଣ୍ଡା, ସମାଜସେବୀ ତଥା ରକ୍ତ ଦାତା ସଂଘ ଉଦ୍ୟୋକ୍ତl ମନୋଜ ପଣ୍ଡା, ସେବା ଭାରତୀ ଅନୁଷ୍ଠାନର ସଦସ୍ୟ କାହୁଁ ସାହୁ ପ୍ରମୁଖଙ୍କ ଦ୍ୱାରା ଏବଂ ଜିଲ୍ଲା ପ୍ରଶାସନ ମାଧ୍ୟମରେ ସେ ବୃଦ୍ଧାକୁ ଉଦ୍ଧାର କରି ତାଙ୍କ
ସୁରକ୍ଷା, ପରିଚୟ ଓ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଇଥିଲା l ଜିଲ୍ଲା ସୁରକ୍ଷା ଅଧିକାରୀ ଅନିତା ଗୁରୁଙ୍କ ତତ୍ଵାବଧାନରେ ଗତକାଲି ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ଅସହାୟ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଏବଂ ସ୍ଥାନୀୟ ବୃଦ୍ଧା ଶ୍ରମରେ ଥଇଥାନ କରି ଉକ୍ତ ବୃଦ୍ଧାର ସ୍ୱାସ୍ଥ୍ୟ ବସ୍ଥା ଉପରେ ପ୍ରତ୍ୟହ ଧ୍ୟାନ ରଖିଛନ୍ତି l ଏଭଳି ମହତ କାର୍ଯ୍ୟ ପାଇଁ ସମାଜସେବୀଙ୍କୁ ସହର ର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l