-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

 ସ୍ମାର୍ଟ ସ୍ମଶାନ ଓ ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖ ରାଜେନ୍ଦ୍ର ପାର୍କକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ପୌର ନିର୍ବାହୀ ଅଧିକାରୀ ଓ ପୋୖରାଧ୍ୟକ୍ଷାଙ୍କୁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର  ଦାବିପତ୍ର ପ୍ରଦାନ

06-Jun-2023



ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ବଲାଙ୍ଗିର ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ଦୁଇ ଗୋଟି ଦାବି ପୋୖର ନିର୍ବାହୀ ଅଧିକାରୀ ଓ ପୋୖରାଧ୍ୟକ୍ଷାଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି।
ପ୍ରଥମ ଦାବି: ବଲାଙ୍ଗିର-ଟିଟିଲାଗଡ ରୋଡର ଶିଳ୍ପାଞ୍ଚଳ ନିକଟସ୍ଥ ପୁରୁଣା ଶ୍ମଶାନକୁ ନବୀକରଣ କରାଯାଇ ବଲାଙ୍ଗିର ସହରବାସୀଙ୍କ ପାଇଁ ଏକ ସ୍ମାର୍ଟ ଶ୍ମଶାନ ସ୍ଥାପନ କରାଯାଇଛି। ଯେଉଁଠାରେ ଅତ୍ୟାଧୁନିକ ବୈଦ୍ୟୁତିକ ମେସିନ ସାହାଯ୍ୟରେ ଶବ ସତ୍କାର କରାଯାଇ ପାରିଥାନ୍ତା। ଗୋଟିଏ ଶବଦାହ ପାଇଁ ଯେତିକି କାଠ ବ୍ୟବହାର କରା ଯାଇଥାଏ, ଏହି ବୈଦ୍ୟୁତିକ ମେସିନ ସାହାଯ୍ୟରେ ଅଧାରୁ କମ କାଠରେ ସତ୍କାର କରାଯାଇ ପାରିଥାନ୍ତା ଏବଂ କେବଳ କାଠ ନୁହେଁ ଅଧା ସମୟ ମଧ୍ୟ ହ୍ରାସ ପାଇ ପାରିଥାନ୍ତା। ହେଲେ ବାସ୍ତବରେ ପାଖାପାଖି ଏକ ବର୍ଷ ହୋଇଯିବ ତାହା ବଲାଙ୍ଗିର ପୌର ପରିଷଦ ଦ୍ୱାରା ଉଦଘାଟିତ ହୋଇଥିବା ସତ୍ତ୍ୱେ ଟେକନିକାଲ ଅପରେଟର ନିଯୁକ୍ତି ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ସେହି ଅତ୍ୟାଧୁନିକ ବୈଦ୍ୟୁତିକ ମେସିନକୁ ଅପରେଟ କରିବା ପାଇଁ ଜଣେ ଟେକନିକାଲ

ଅପରେଟର ନିୟୋଜିତ କରାଯାଇ ପାରିନାହିଁ। ଯାହା ଫଳରେ ସ୍ମାର୍ଟ ଶ୍ମଶାନ ବ୍ୟବହାର ଯୋଗ୍ୟ ହୋଇ ନ ପାରି ଜନସାଧାରଣଙ୍କ ସେବାରେ ଆସି ପାରୁନାହିଁ। ଜନସେବା କାର୍ଯ୍ୟରେ ଏହିପରି ଅବହେଳା କରାଯିବା ଏକ ଚିନ୍ତାର ବିଷୟ। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଗଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଦାବି କରାଯାଇଛି।

ଦ୍ୱିତୀୟ ଦାବି: ମହାମାରୀ କରୋନା କାଳରୁ ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାଜେନ୍ଦ୍ର ପାର୍କକୁ ନବୀକରଣ କରାଯିବା ନିମନ୍ତେ ବନ୍ଦ କରାଯାଇଛି। ପାଖାପାଖି ତିନି ବର୍ଷ ହେଇଯିବ ପାର୍କକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ଯାଇ ପାରି ନାହିଁ। ରାଜେନ୍ଦ୍ର ପାର୍କର ନବୀକରଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯାଇ ଜନସାଧାରଣଙ୍କ ନିମନ୍ତେ ଖୋଲା ରଖାଗଲେ ବଲାଙ୍ଗିରବାସୀ ଉପକୃତ ହୋଇପାରିବେ ବୋଲି ଦାବି କରାଯାଇଛି।

ମିଳିଥିବା ପ୍ରତିଶ୍ରୁତି:
୧: ନୂତନ ଭାବରେ ଯୋଗ ଦେଇଥିବା ପୋୖର ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ତୁରନ୍ତ ପଦକ୍ଷେପ ଗ୍ରହଣ କରି ପ୍ରଥମେ ସମ୍ବନ୍ଧିତ ଅଧିକାରୀଙ୍କ ଠାରୁ ସ୍ମାର୍ଟ ଶ୍ମଶାନ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ପରେ ଜଣେ ଟେକନିକାଲ ଷ୍ଟାଫଙ୍କୁ ନିଜ ଚ୍ୟାମ୍ବରକୁ ଡାକି କଥାବାର୍ତ୍ତା କଲାପରେ ଅତି ଶୀଘ୍ର ସ୍ମାର୍ଟ ଶ୍ମଶାନ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
୨: ରାଜେନ୍ଦ୍ର ପାର୍କର ନବୀକରଣ କାର୍ଯ୍ୟ ଆଉ ଅଳ୍ପ ବାକି ରହିଯାଇଛି। ଯଥା ଶୀଘ୍ର ସେହି କାର୍ଯ୍ୟ ଗୁଡିକୁ ସମ୍ପନ୍ନ କରାଯାଇ ଚଳିତ ମାସ ଶେଷ ସୁଦ୍ଧା ରାଜେନ୍ଦ୍ର ପାର୍କକୁ ବଲାଙ୍ଗିର ଜନସାଧାରଣଙ୍କ ନିମନ୍ତେ ଖୋଲି ଦିଆଯିବ ବୋଲି ପୋୖର ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ପ୍ରତିଶ୍ରୁତି ଦେଇଥିଲେ।

ଦାବିପତ୍ର ପ୍ରଦାନ ବେଳେ ଜୟଦେବ କର ,ଗୋବିନ୍ଦ ସତପଥୀ ,ଦେବରାଜ ନାଗ ,ପ୍ରଶାନ୍ତ ମିଶ୍ର , ଶ୍ଵେତା ସାହୁ , ସନ୍ତୋଷ ପଟ୍ଟନାୟକ ,ରବିନ୍ଦ୍ର ପ୍ରଧାନ ,ସୁମିତ୍ ମିଶ୍ର , ଏମ଼୍ ଡି ବବଲୁ ପ୍ରମୂଖ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like