-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
05-Jun-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ବାଲେଶ୍ୱର ବାହାନଗା ଠାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶତାଧିକ ମୃତକଙ୍କ ଅମର ଆତ୍ମାର ଶାନ୍ତି ସଦଗତି ପାଇଁ, ଆହତଙ୍କ ଆଶୂ ଆରୋଗ୍ୟ ପାଇଁ ଏବଂ ତାଙ୍କ ପରିବାର ସ୍ୱଜନ ଙ୍କୁ ଧର୍ଯ୍ୟ ସାହସ ଶକ୍ତି ପ୍ରଦାନ ପାଇଁ ଆଜି ସୋନପୁର ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ପଞ୍ଚରଥ ମନ୍ଦିର ଠାରେ ଦୀପ ଦାନ କାର୍ଯ୍ୟକ୍ରମ ଓ ଶୋକ ସଭା ଅନୁଷ୍ଠିତ ହୋଇ ଥିଲା l ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସଭାପତି ଗୌରୀ ଶ୍ୟାମ ପଣ୍ଡା, ପ୍ରାକ୍ତନ ବିଧାୟକ ବିନୋଦ ପାତ୍ର, ଯୁବ ନେତା ସୁଧୀର ପଣ୍ଡା, ଜିତେନ୍ ପଟ୍ଟନାୟକ, ପ୍ରିୟ ବ୍ରତ ସାହୁ, ନିଁମେଇ ଚରଣ ପାଣିଗ୍ରାହୀ, ଶେଷ ଦେବ ମେହେର, ସଚ୍ଚିଦାନନ୍ଦ, ଗୌରୀ ଶ୍ୟାମ ରଥ, ପ୍ରମୁଖ ଅନେକ ନେତା ଯୋଗ ଦେଇ ଥିଲେ l