-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||     

HOME   ଜିଲ୍ଲା

ଆଗାମୀ  ସାଧାରଣ ନିର୍ବାଚନରେ ପରିବାରବାଦ୍‌କୁ ଉତ୍‌ଖାତ୍  କରନ୍ତୁ - ପ୍ରମୋଦ ମିଶ୍ର

03-Jun-2023



ବଲାଙ୍ଗିର(ପ୍ରେରଣା ଖବର) - ଓଡ଼ିଶାର ରାଜନୀତି ବଡ ବିଚିତ୍ର ସ୍ଥିତିରେ ରହିଛି । ବହୁତ ବଡ଼ ବଡ଼ ସ୍କେମ୍‌ ଘଟଣାବଳୀ, ଚାଂଚଲ୍ୟକର ଅଘଟଣ ଘଟିଥିବା ସତ୍ତ୍ୱେ ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଗୋଟିଏ ଦଳର ଶାସନ ଚାଲିଛି । ପ୍ରତୀୟମାନ ହେଉଛି ସତେ ଯେମିତି ଓଡ଼ିଶାରେ ବିରୋଧୀ ଦଳର କିଛି ସ୍ଥିତି ନାହିଁ । ଜନସାଧାରଣଙ୍କ ଅନେକ ସମସ୍ୟା ଅସମାହିତ ହୋଇ ପଡ଼ିଥିବା ସତ୍ତ୍ୱେ ତଥା ଦେଶର ଅର୍ଥନୈତିକ ମାନଚିତ୍ରରେ ରାଜ୍ୟ ବହୁତ ତଳେ ଥିବା ସତ୍ତ୍ୱେ ସେଭଳି କିଛି ଆଖିଦୃଶିଆ ଜନ ଆଂଦୋଳନ ଦୃଷ୍ଟିଗୋଚର ହେଉ ନାହିଁ । ଶାସନ ବ୍ୟବସ୍ଥା ବିରୁଦ୍ଧରେ ପ୍ରବଳ ଜନମତ ଥିବା ସତ୍ତ୍ୱେ ତାହା ନିର୍ବାଚନରେ ପ୍ରତିଫଳିତ ହେଉନାହିଁ । ଅନ୍ୟପକ୍ଷରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳୀୟ ନେତାମାନେ ନିଜ ନିଜର ପୁଅ/ ଝିଅ ମାନଙ୍କ ପାଇଁ ବିଜେଡ଼ିରେ ଟିକଟ କରାଇବାରେ ବ୍ୟସ୍ତ ଥିବାଭଳି ଜଣା ପଡ଼ୁଛି ।
    କୋଶଳାଂଚଳର ଅବସ୍ଥା ଆହୁରି ଶୋଚନୀୟ । ଦେଶର ସର୍ବାଧିକ ଉଗ୍ର ଆଞ୍ଚଳିକ ବୈଷମ୍ୟର ଶୀକାର ହୋଇଥିବା ଏ ଅଂଚଳ ଐତିହାସିକ ଛାତ୍ର ଆନ୍ଦୋଳନ, କୃଷକ ଆନ୍ଦୋଳନ, ବିସ୍ଥାପନ ବିରୋଧୀ ଆନ୍ଦୋଳନ, ଆଦିବାସୀ ଆନ୍ଦୋଳନ ପାଇଁ ଦେଶରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ବିଗତ ୩ ଦଶକ ଧରି କ୍ରମାଗତ ଭାବରେ ସ୍ୱତନ୍ତ୍ର କୋଶଳରାଜ୍ୟ ପାଇଁ ଆନ୍ଦୋଳନ ଚାଲି ଆସିଥିଲା । ହାଇକୋର୍ଟବେଂଚ ପାଇଁ ଲଗାତାର ଭାବରେ ଆଇନଜୀବୀ ଆନ୍ଦୋଳନ ବ୍ୟବସ୍ଥାକୁ ସ୍ଥାଣୁକରି ଦେଇଥିଲା । କିନ୍ତୁ ଆଜି ସେ ସମସ୍ତ ଆନ୍ଦୋଳନ ଇତିହାସ ହୋଇ ଯିବାକୁ ବସିଲେଣି ବୋଲି ବିଶିଷ୍ଟ କୋଶଳବଦୀ ନେତା ପ୍ରମୋଦ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ମିଶ୍ର ଜନତା ଓ ରାଜନୈତିକ ସଂଗଠକ ମାନଙ୍କୁ ଜଗିବା ପାଇଁ, ରାଜନୈତିକ ସଂଗଠକମାନେ ଏହି ପରିବବାରବାଦୀ ରାଜନେତା ଓ ତାଙ୍କ ପରିବାରର ଗୋଲାମ୍ ହେବା ପରିବର୍ତ୍ତେ ନିର୍ବାଚନ ଟିକଟ୍ ଦାବୀଦାର ହୁଅନ୍ତୁ ବୋଲି କହିଛନ୍ତି । ଆଉ ସାଧାରଣ ଜନତା କ୍ଷମତାଲିପ୍‌ସୁ ଏହି ପରିବାରବାଦୀ ରାଜନୈତିକ ନେତାମାନଙ୍କୁ ପରାହତ କରି ସକ୍ଷମ ଓ ସ୍ୱଚ୍ଛ ସଂଗଠକ ମାନଙ୍କ ଇତିହାସ ଦେଖି ନିର୍ବାଚିତ କରାନ୍ତୁ ବୋଲି ଶ୍ରୀ ମିଶ୍ର ସମସ୍ତଙ୍କୁ ଅନୁରୋଧ କରିଛନ୍ତି । 
 । 
  

ଅବସ୍ଥା ଏଭଳି ହେଲା ଯେ ଏହି ପରିବାର ମାନଙ୍କ ପାଇଁ ଦଳ ଆଦର୍ଶ କିମ୍ବା ନୀତିର କିଛି ମର୍ଯ୍ୟାଦ ରହିଲା ନାହିଁ । କ୍ଷମତା ଓ ବ୍ୟବସାୟ ହିଁ ଏମାନଙ୍କ ସର୍ବସ୍ୱ ହୋଇଗଲା । ରାଜନୀତିର ଦୂରାବସ୍ଥା ଏଭଳିହୋଇଛି ଯେ କ୍ଷମତା ରାଜନୀତିର ପେଣ୍ଡୁଲମ୍ ଏହି ପରିବାରମାନଙ୍କ ମଧ୍ୟରେ ହିଁ ଦୋହଲୁଛି । ବିଗତ ଦିନରେ ଏ ଅଂଚଳରେ ଦେଖା ଦେଇଥିବା ଜମିସ୍କେମ୍‌, ଅପରାଧିକ ଅବସ୍ଥା, ମଦ, ସଟ୍ଟା, ଚାଉଳ ରିସାଇକ୍ଲିଂ ଘଟଣା, ମ୍ୟୁନିସିପାଲିଟି ଦୁର୍ନୀତି, ଟେଣ୍ଡର ଫିକ୍‌ସିଂଗ୍‌, ଦାଦନ ବ୍ୟବସାୟ ଯେତେସବୁ ଅପରାଧିକ ଘଟଣାବଳୀର ସୂତା ଏହି ରାଜନୈତିକ ପରିବାର ମାନଙ୍କ ଲୁଗାରେ ଲାଗିଛି । ଆଶ୍ଚର୍ଯ୍ୟର କଥା ଏହି ଯେ, ପ୍ରଶାସନ ଓ ସରକାର ମଧ୍ଯ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେଏହି ରାଜନୈତିକ ପରିବାରମାନଙ୍କୁ ଘଂଟ ଘୋଡ଼ାଉଛନ୍ତି । ଅବସ୍ଥା ଏଭଳି ଯେ ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ସବୁ ପ୍ରମୁଖ ରାଜନୈତିକ ପରିବାର ଗୋଟିଏ ଗୋଟିଏ ଦଳକୁ ଆବୋରି ବସିଛନ୍ତି । ଆଉ ସେହି ଦଳ ସବୁ ତିଆରି କରିଥିବା ସଂଗଠକମାନେ ଆଜି କଣଠେସା ହୋଇଛନ୍ତି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ନୀତି / ଆଦର୍ଶର କଥା କହୁଥିବା କିଛି ବୁଦ୍ଧିଜୀବୀ ଓ ସମାଜିକ ସଂଗଠକମାନେ ମଧ୍ୟ ଏମାନଙ୍କ ଅପରାଧର ସହଯୋଗୀ ସାଜିଛନ୍ତି । ଏବେ ଏହି ରାଜନୈତିକ ପରିବାରମାନଙ୍କ ମୁଖିଆମାନେ ସମସ୍ତେ ନିଜ ନିଜ ପୁଅ ମାନଙ୍କୁ ଶାସକ ଦଳର ଟିକଟ କରାଇବାରେ ଲାଗିଗଲେଣି । ଏବେ ପ୍ରଶ୍ନଉଠୁଛି । ଯଦି ଏଭଳି ଅବସ୍ଥା ହୁଏ ତେବେ ଏ ଅଂଚଳର ସମସ୍ୟା ସବୁ କିଭଳି ଭାବରେ ସମାହିତ ହେବ ଏବଂ ରାଜନୈତିକ ଅଭିପ୍ରାୟ ନେଇ ସଂଗଠନ କରିଥିବା ଦଳୀୟ ସଂଗଠକମାନଙ୍କ ଅବସ୍ଥା କ’ଣ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଶ୍ନ କରିଛନ୍ତି କୋଶଳବାଦୀ ନେତା ପ୍ରମୋଦ ମିଶ୍ର । 
    


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026

You Might Also Like