-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ନଵରଙ୍ଗପୁର: ୪ ଚୋରକୁ ଧରି ପୋଲିସର ଜିମା ଦେଲେ ଜବାଗୁଡ଼ା ଗ୍ରାମବାସୀ।ସୂଚନାଯୋଗ୍ୟ :-ଆଜି ଭର ସଖାଲେ ଏହି ଚୋରମାନେ ସବିଲ ହରିଜଙ୍କ ଘରରୁ ତାଙ୍କ ବାଇକ ଚାରି କରିବା ସମୟରେ ସେମାନଙ୍କୁ ଅଟକ ରଖି ଡାବୁଗାଁ ଥାନାରେ ସୂଚନା ଦେଇଥିଲେ ଗ୍ରାମବାସୀ। ଗତ କାଲି ଏହି ଗ୍ରାମରେ ଏକ ଗ୍ରାମ୍ୟ ଯାତ୍ରା ଅନୁଷ୍ଠିତ ହେବାସହ ଖୁଡଖୁଡି ଖେଳ ମଧ୍ୟ ଚାଲିଥିଲା । ଏହି ଯାତ୍ରା ଦେଖିବା ପାଇଁ ବିଭିନ୍ନ ଗ୍ରାମର ଲୋକେ
ଆସିଥିଲେ ଗ୍ରାମରେ ଏହି ୪ଜଣ ମଧ୍ୟ ଯାତ୍ରା ଦେଖିବା ବାହାନାରେ ଜବାଗୁଡ଼ା ଜାଇଥିବା ଆଲୋଚନା ହେଉଛି ଏବଂ ଖୁଡୁଖୁଡିରେ ହାରିବା ପରେ ଏଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ମଧ୍ୟ ସ୍ଥାନେସ୍ଥାନେ ଆଲୋଚନା ହେଉଛି । ଏହି ଚର ମାନେ ସବିଲ ହରିଜନ ଏବଂ ତାଙ୍କ ପଡିସା ଘରରୁ ୩ ଟି ମୋବାଇଲ ମଧ୍ୟ ଚୋରି ନେଇ ଯାଇଥିବା ଜଣା ପଡ଼ିଛି ,ବାଇକ ଚୋରି କରିବା ସମୟରେ ଏମାନଙ୍କୁ ଧରିଥିଲେ ଗ୍ରାମବାସୀ। ପ୍ରକାଶ ଥାଉକି ଏହି ଚୋର ମାନେ ହେଲେ ଡାବୁଗାଁ ଡ଼ଙ୍ଗରିଗୁଡା ଗ୍ରାମର ଜଣେ ଏବଂ ଆଉ 3 ଜଣ ଧୋଡ୍ରା ଭୀମଗୁଡାର ବୋଲି ଜଣାପଡିଛି।ପୋଲିସ କୁ ଗ୍ରମାବାସୀ ଜଣାଇବା ପରେ ପୋଲିସ ଜବାଗୁଡ଼ା ଯାଇଥିଲା
ଏବଂ ଗ୍ରାମବାସୀ ମାନେ ୪ ଚୋର କୁ ପୋଲିସର ଜିମା ଦେଇଥିଲେ।ବର୍ତ୍ତମାନ ଡାବୁଗାଁ ପୋଲିସ ଗାଡ଼ିରେ ବସାଇ ସେମାନଙ୍କୁ ଡାବୁଗାଁ ଥାନାକୁ ଆଣିଥିବା ଜଣାପଡ଼ିଛି।ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣାପଡିବ।" *ଆଜି କାଲି ନବରଙ୍ଗପୁର ଜିଲ୍ଲାର ଗାଁଗହଳିରେ ଚଳିଛି ବିଭିନ୍ନ ଜନୀ ଯାତ୍ରା। ଏବଂ ପରମ୍ପରା ଆଳରେ ବଜାର ,ଯାତ୍ରା ଗୁଡିକରେ ଖୁଡ଼ଖୁଡି ଖେଳ ଏବଂ ଦେଶୀ ମଦ କାରବାର ବଢି ଚାଲୁଛି*" ।ଏଥିରୁ ବାଦ ପଡିବବା କିପରି ପ୍ରତେକ୍ଷ ଭାବରେ ଗ୍ରାମବାସୀ ଏବଂ ପରକ୍ଷ ଭାବରେ ପ୍ରଶାସନର ଛାତ୍ରଛାୟାରେ ସବୁ ଚାଲିଛି।ଏହି କାରଣରୁ ଚୋରି ଡକାଇତି ମଧ୍ୟ ବାଡିବକୁ ଲାଗିଛି ଡାବୁଗାଁ ଥାନା ଅଧୀନରେ ।
(ରିପୋର୍ଟ : ମିହିର ଶଙ୍କର ପାତ୍ର,ନବରଙ୍ଗପୁର)