-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଗତକାଲି ସୁବର୍ଣ୍ଣପୁର ଶ୍ରୀ ଗୋପାଳଜୀ ଯୋଗାଳୟ ଠାରେ ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗ ଦେଇ ବରିଷ୍ଠ ନାଗରିକ ମାନେ ସମାଜ ପାଇଁ କେବେ ଅଲୋଡ଼ା ନୁହନ୍ତି ବୋଲି ମତ ରଖି ସମାଜ ପ୍ରତି ଥିବା ଆପଣ ମାନଙ୍କ ଅନେକ ଦାୟିତ୍ୱ କର୍ତ୍ତବ୍ୟ ସବୁକୁ ଠିକ ଭାବେ ନିଭାଇବାକୁ ପରାମର୍ଶ କରିଥିଲେ l ସଭାପତି ଡ଼. ଜ୍ୟୋତି ରଞ୍ଜନ ବହିଦାର ସଭାରେ ସଭାପତିତ୍ୱ କରି ଜ଼ିଲ୍ଲାର ପ୍ରତ୍ୟକ ଉନ୍ନ୍ନୟନମୂଳକ କାର୍ଯ୍ୟ ପାଇଁ ବରିଷ୍ଠ ନାଗରିକଙ୍କ ସହିତ ମତ ଓ ପରାମର୍ଶ ଗ୍ରହଣ କରିବାକୁ ଓ ମେଡିକାଲ, ବ୍ୟାଙ୍କରେ ଏମାନଂକୁ ସ୍ୱତନ୍ତ୍ର ଅଗ୍ରାଧିକାର ଦିଆଯିବାକୁ
ଦାବି ଉପସ୍ଥାପନା କରିଥିଲେ l ସମ୍ମାନିତ ଅତିଥି ଭାବେ ଗୋରେଖନାଥ ସାହୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଆର୍ତ୍ତ ତ୍ରାଣ ବାବୁ ଯୋଗ ଦେଇ ଜ଼ିଲ୍ଲାରେ ଶତାୟୁ ନାଗରିକଙ୍କୁ ଚି଼ହ୍ନଟ କରି ସମ୍ବର୍ଦ୍ଧିତ କରାଯିବାକୁ ଏବଂ ସରକାରୀ ସୁବିଧାରୁ ବଞ୍ଚିତ ଥିବା ଗ୍ରାମାଞ୍ଚଳର ସମସ୍ତ ବରିଷ୍ଠ ନାଗରିକଙ୍କ ପାଇଁ ସବୁ ସୁବିଧା ଯୋଗାଇବା ର ଉଦ୍ୟମ ଆରମ୍ଭ କରିବାକୁ ଆଜିର ଦିନରେ ଆମେ ସଂକଳ୍ପ ନେବା ବୋଲି ମତ ରଖିଥିଲେ l ୮୦ରୁ ଉର୍ଧ୍ଵ ୫ ଜଣ ବରିଷ୍ଠ ନାଗରିକଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇ ଥିଲା l ଶେଷରେ ପ୍ରଦୀପ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l