-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଗତକାଲି ସୋନପୁର ଶୋଭା କେୟାର ହସ୍ପିଟାଲ ଓ ମହାନଦୀ ଧାରା ଶିକ୍ଷାନୁଷ୍ଠାନ ପକ୍ଷ ରୁ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଛି l ଏହି ଶିବିର କୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସପି ଶ୍ରୀ ଅମରେଶ ପଣ୍ଡା ଓ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ଆୟୋଜକ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଏବଂ ଆଗାମୀ ଦିନ ରେ ଅଧିକ ନୂତନ ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିବାକୁ ଓ ଏ ଅନୁଷ୍ଠାନ ରେ ରୋଗୀ ଙ୍କୁ ଉତ୍ତମ ବ୍ୟବହାର ସହିତ ଉତ୍ତମ ଚିକିତ୍ସା ସୁବିଧା ଦେବାକୁ ପରାମର୍ଶ କରିଥିଲେ l ଶୋଭା କେୟାର ର ନୂତନ ପରିଚାଳକ ଡା. ଆକାଶ ଆଗ୍ରୱାଲ, ସୁବାଷ ଚରଣ ପଣ୍ଡା, ସଞ୍ଜୟ ବଡ଼ ପଣ୍ଡା ଓ ମହାନଦୀ ଧାରା ର ଡାଇରେକ୍ଟର ପ୍ଲାବନ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆଜି ର ଏହି ଶିବିର ପରିଚାଳନା କରାଯାଇଥିଲା l ଶିବିର ରେ ସହର ର ଅନେକ ସ୍ବେଛାସେବୀ ଓ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ l ସୋନପୁର ବ୍ଲଡ଼ ବ୍ୟାଙ୍କ ର ଟେକନିସିଆନ ଟ୍ୱିଟୁ ଭୋଇ, ଜଗତ ଦରୱାନ, ଯୁଧିଷ୍ଠିର ନାଏକ ଙ୍କ ସମେତ ରକ୍ତ ଦାତା ସଂଘ ର ଉଦ୍ୟୋକ୍ତl ମନୋଜ ପଣ୍ଡା, ସମାଜସେବୀ ମନୋରଞ୍ଜନ ତ୍ରିପାଠୀ, ସଞ୍ଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ l