-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ବଲାଙ୍ଗୀର(ପ୍ରେରଣା ଖବର): ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସଂପ୍ରତି ଓଡିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଜଗନ୍ନାଥ ଦାସ ଅତିବଡୀ ପୁରସ୍କାର ପାଇଥିବା କବି, ଲେଖକ ଅନୁବାଦକ ବିଦ୍ୟାବାଚସ୍ପତି ପଦ୍ମଶ୍ରୀ ଡ ଶ୍ରୀନିବାସ ଉଦ୍ ଗାତାଙ୍କୁ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ସନ୍ଧ୍ୟାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ତାଙ୍କୁ ପ୍ରଦତ୍ତ
ସମ୍ବର୍ଦ୍ଧନାର ଉତ୍ତରରେ ଏହି ଆୟୋଜନର ଆତ୍ମୀୟ ମହକରେ ସେ ଉଲ୍ଲସିତ ବୋଲି ଭାବ ଗଦ୍ ଗଦ ହୋଇ ଉଠିବା ସହିତ ସାହିତ୍ୟ ସୃଷ୍ଟି ନିମନ୍ତେ ଲେଖକମାନଙ୍କୁ ଉଦବୋଧନ ଦେଇଥିଲେ । ସେ କହିଥିଲେ ଯେ ଶହେ ଭାଗ ପଢିଲେ ଯାଇ ପାଞ୍ଚଭାଗ ଲେଖିବା ଉଚିତ୍। ସାହିତ୍ୟର ଶତ୍ରୁ ଅସାହିତ୍ୟ ନୁହେଁ, ଆଳସ୍ୟ । ପରିଷଦର ସଭାପତି ମଳୟ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନାସଭାରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡା ଜ୍ୟୋତିର୍ମୟୀ ସାହୁ ଓ ବଲାଙ୍ଗୀର ନାଗରିକ କମିଟିର ସଭାପତି ଇଂ ବେଲାର ସିଂ ଭୋଇ ସମ୍ମାନିତ ବକ୍ତା
ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡ ଉଦ୍ ଗାତାଙ୍କ ସୁଦୀର୍ଘ ସାରସ୍ବତ ସର୍ଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସଭା ଆରମ୍ଭରେ ଶିଶୁସାହିତ୍ଯିକ ହୃଷିକେଶ ପୁରୋହିତ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ କବି ସନ୍ଦୀପ କୁମାର କୁଅଁର ଅତିଥି ପରିଚୟ ପ୍ରଦାନ ଓ ସହ- ସମ୍ପାଦକ ରଘୁନନ୍ଦନ ସିଂହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମ୍ପାଦକ କପିଳେଶ୍ବର ଖମାରୀ ସମ୍ପାଦକୀୟ ପାଠ କରିଥିଲେ । ଡ. ଉଦ୍ ଗାତାଙ୍କୁ ଉପାୟନ ଓ ମୋମେଣ୍ଟୋ ସହ ପୁଷ୍ପମାଲ୍ୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ କବୟତ୍ରୀ ସବିତା ମହରା, ବ୍ୟଙ୍ଗକବୀ ଅନୁପ୍ରିୟା ମିଶ୍ର, କବୟତ୍ରୀ ତପସ୍ୱିନୀ ପଶାୟତ, ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।
ଦର୍ଶକମଣ୍ଡଳୀ ମଧ୍ୟରେ ସର୍ବଶ୍ରୀ ଧନଞ୍ଜୟ ମିଶ୍ର , ଡା ଅଶୋକ କୁମାର ସେଠୀ, କବୟତ୍ରୀ ନଳିନୀପ୍ରଭା ଶତପଥୀ, କବୟତ୍ରୀ ନିରୁପମା ଉଦ୍ ଗାତା ନାଗରିକ କମିଟିର ସମ୍ପାଦକ ମନୋରଞ୍ଜନ ସାହୁ, ବରିଷ୍ଠ ନାଗରିକ କମିଟିର ପ୍ରଭାକର ମିଶ୍ର ପ୍ରମୁଖ ଡ ଉଦ୍ ଗାତାଙ୍କର ଗୁଣଗାନ କରିଥିଲେ । ଶେଷରେ ପରିଷଦର କୋଷାଧ୍ୟକ୍ଷ ଅଜିତ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ ।