-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
26-May-2023
ବଲାଙ୍ଗିର (ପ୍ରେରଣା ଖବର ): ଆଜି ଶୀତଳଷଷ୍ଠୀ ଅବସରରେ ବଲାଙ୍ଗିର ଜ୍ଞାନୋଦୟ ଏକାଡେମୀ ଦ୍ୱାରା ଥଣ୍ଡା ପାନୀୟ ଜଳ ବା ସରବତ ବଣ୍ଟନ କରାଯାଇଥିଲା l
ଏହି ବର୍ଷ ବଲାଙ୍ଗିରରେ ପାଳିତ ହେଉଥିବା ଶୀତଳଷଷ୍ଠୀ ତଥା ଶିବ ବିବାହ l ଅନେକ ପର୍ଯ୍ୟଟକ ମଜା ନେଉଥିବା ବେଳେ ଶିବ ଏବଂ ପାର୍ବତୀଙ୍କ ବିବାହ ଶେଷ ପର୍ଯ୍ୟାୟରେ ଉପନୀତ l ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଜ୍ଞାନୋଦୟ ଏକାଡେମି ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଥଣ୍ଡା ଜଳ ବା ସରବତ ବଣ୍ଟନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଜ୍ଞାନୋଦୟ ଏକାଡେମି ଅଧକ୍ଷ୍ୟ ନୀଳକଣ୍ଠ ବୋହିଦାର ଓ ନିର୍ଦ୍ଦେଶକ ନିରୋଜ ମିଶ୍ର ପୁଣି ଉପଦେଷ୍ଟା ଚୂଡାମଣି, ଜଗବଳିଆ, ଚନ୍ଦନ,ଅଭିଜିତା, ଅଂଶୁମାନ, ବିକାଶ, ରୁକ୍ମଣୀ ମଧ୍ୟ ଯୋଗଦାନ କରି ଶିକ୍ଷକ ଶିକ୍ଷ୍ୟୟତ୍ରୀ ତଥା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ ପ୍ରଦାନ କରିଥିଲେ l ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଏହି ପ୍ରଚଣ୍ଡ ଖରା ସମୟରେ ଥଣ୍ଡା ପାନୀୟ ଜଳ ବା ସରବତ ପାଣି ପାଇଥିବାରୁ ବହୁତ ଖୁସି ବ୍ୟକ୍ତ କରିଛନ୍ତି l