-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
25-May-2023
ତୁଷୁରା (ପଞ୍ଚାନନ ନାଏକ)- ଗୁଡ଼ଭେଲାବ୍ଳକ ଅନ୍ତର୍ଗତ ନୂଆଁପଡାଗ୍ରାମରେ ଗୁରୁବାର ପ୍ରାଣୀ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ତୁଷୁରା ପ୍ରାଣୀ ଚିକିତ୍ସଧିକାରୀଣୀ ଦୀପ୍ତିମୟୀ ବଢେଇ ଯୋଗଦେଇ ପ୍ରାୟ ୨୭ଜଣ ଚାଷୀଙ୍କର ୭୧ଟି ଗୋରୁ ଗାଈ ପ୍ରାଣୀଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ କରିବା ସହ ଆବଶ୍ୟକୀୟ ଔଷଧ ମାଗଣା ପ୍ରଦାନ
କରିଥିଲେ। ସ୍ଥାନୀୟ ସମଲେଶ୍ବରୀ ଦୁଗ୍ଧ ସମବାୟ ଲିମିଟେଡ ପକ୍ଷରୁ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ସଭାପତି କିରଣ ସାହୁ, ସଂପାଦକ ପଞ୍ଚାନନ ନାଏକ, ଭେଟନେରି ଟେକେନିସିଆନ ଶୁଭମ ପ୍ରଧାନ ସହଯୋଗ କରିଥିଲେ। ୫ ଜଣ ଚାଷୀଙ୍କୁ ଆଞ୍ଜୁଳା ଘାସ ପାଇଁ ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା।