-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
24-May-2023
ବଲାଙ୍ଗିର(ଦେବାଶିଷ ବହିଦାର ): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇ ଯାଇଛି । ଗ୍ରୀଷ୍ମପ୍ରବାହ ଦୃଷ୍ଟିରେ ରଖି ବିଦ୍ୟାଳୟର କେବଳ ପୂର୍ଵତନଛାତ୍ର ଓ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପ୍ରତିନିଧିମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବାଧାନ କାର୍ଯ୍ୟକ୍ରମକୁ
ପ୍ରକୃତିବନ୍ଧୁ ଶିକ୍ଷକ ତଥା ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୁବ ସମାଜସେବୀ ଶ୍ରବଣ ବାରିକ , ସମ୍ମାନିତ ଅତିଥି ଭାବରେ ପ୍ରକୃତିପ୍ରେମୀ ଦୀନବନ୍ଧୁ ବାଗ ଯୋଗଦେଇ ଥିଲେ । ସମସ୍ତଙ୍କ ଘରେ କିଛି ପାଚିଳା ଫଳ ଆମ୍ବ, ପଣସ, ଖଜୁରୀ, କେନ୍ଦୁ, ସଫେଟା, ଜାମ୍ବୁ , ଲେମ୍ବୁ ବ୍ୟବହାର ପାଇଁ ଅଣl ହୋଇଥାଏ । ସେଗୁଡିକୁ ଖାଇସାରିବା ପରେ ତାର ମଞ୍ଜି ଗୁଡିକ ଏଣେତେଣେ ନଫିଙ୍ଗି ଗୋଟିଏ ଜାଗାରେ ରଖିବା ଓ ଖରାରେ ୪-୫ ଦିନ ଶୁଖାଇ ଦେବା l ସଂଗୃହିତ ମଞ୍ଜି ଗୁଡିକ ଆଗାମୀ ବିଶ୍ୱ ପରିବେଶ ଦିବସ ବା ମୌସୁମୀ ଆସିବା ପୂର୍ବରୁ ବିଲର ହିଡ଼, ରାସ୍ତା ଉଭୟ ପାଶ୍ୱ, ଖାଲିପଡିଥିବା ପଡ଼ିଆ, ନିଜ ବାଡିପଛ ପଟରେ ବୁଣିବା ବା ରୋପଣ କରିବା । ଫଳରେ କମ୍ ସମୟରେ ତଥା କମ୍ ଖର୍ଚ୍ଚରେ ନୂତନ ଚାରା ପାଇପାରିବା ସହ ସବୁଜ ବନାନୀ ସୃଷ୍ଟି ହୋଇପାରିବ ବୋଲି ଅତିଥିଗଣ
ମତ ପ୍ରକାଶ କରିଥିଲେ ।ଏହି ଅବସରରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ,କମାଣ୍ଡେଣ୍ଟ୍ ଇନ୍ ଚିଫ୍ ବା ଗଛ ମଣିଷ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ବାର୍ତ୍ତା, ବିଶ୍ୱ ଜନନୀକୁ ସବୁଜ, ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବାରେ ପ୍ରତ୍ୟେକ ଜଣେ ଜଣେ ସବୁଜ ସଂଗ୍ରାମୀ ଭାବରେ କାର୍ଯ୍ୟ କରିବା ବୋଲି ପ୍ରକୃତିବନ୍ଧୁ ଶିକ୍ଷକ ରାମ ନାରାୟଣ ଦାଶ ସୂଚନା ପ୍ରଦାନ କରିଥିଲେ । ପୂର୍ବରୁ ଅନଲାଇନ ମାଧ୍ୟମରେ ଶିକ୍ଷ୍ୟର୍ଥୀ ମାନଙ୍କୁ ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ ବିଷୟରେ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ତୁଫାନ ରଣା, ବିକାଶ ରଣା, ଝରଣା ରଣା, ପ୍ରିୟା ରଣା, ମହିମା ରଣା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପୂର୍ବତନ ଛତ୍ର କପିଳ ଭୋଇ ପରିଚାଳନା କରିଥିଲା ବେଳେ ସୁନୀଳ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।