-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
16-May-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା କସ୍ତୁରିବା ଗାନ୍ଧୀ ଆବାସିକ ବିଦ୍ୟାଳୟ ପାଇଁ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଛାତ୍ରୀ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ବାଳିକା ଶିକ୍ଷା ଜିଲ୍ଲା ସଂଯୋଯୋଗ ମାନସ ସେଠ,
ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଯାଜ୍ଞସିନି ବେହେରାଙ୍କ ସମେତ ବୀରମହାରାଜପୁର ବ୍ଲକର ସମସ୍ତ ଆଞ୍ଚଳିକ ସାଧନ ସଂଯୋଜକ ଉପସ୍ଥିତ ରହିଥିଲେ। ଆବାସିକ ବିଦ୍ୟାଳୟର ୱାଡେନ ଉଷାରାଣି ଭୋଇ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା l ତେବେ ଚଳିତ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟରେ ସର୍ବମୋଟ ୪୮ ଗୋଟି ସ୍ଥାନ ଖାଲି ଥିବାବେଳେ, ଏଥି ପାଇଁ ୬୫ ଜଣ ଆବେଦନ କରିଥିବା ଜଣାଯାଇଛିl ତେବେ ସମ୍ପୂର୍ଣ ଚୟନ ପ୍ରକ୍ରିୟା କସ୍ତୁରିବା ଗାନ୍ଧୀ ଆବାସିକ ବିଦ୍ୟାଳୟ ନିୟମାବଳୀ ଅନୁସାରେ ହେବ ବୋଲି ଜଣା ଯାଇଛି l