-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
21-Apr-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସହରର ଖାରବେଳ ନଗର ଠାରେ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଂଜ ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ ।ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଭାନେତ୍ରୀ ଭାବେ ପ୍ରାଥମିକ ଶିକ୍ଷକ ଅନିତା ମେହେର ମନୋନୀତ ହେବା ପରେ ଏହି କାର୍ଯ୍ୟାଳୟ ଉଦଘାଟନ କରାଯାଇଛି ।ପ୍ରାଥମିକ ଶିକ୍ଷାରେ ଗୁଣାତ୍ମକ ଶିକ୍ଷା ଓ ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ଓ ମାନସିକ ବିକାଶ ପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମସ୍ୟାର ସମାଧାନ ଆବଶ୍ୟକ ।ତେବେ ଶିକ୍ଷକ ଶିକ୍ଷୟତ୍ରୀ ବିଭିନ୍ନ ସମୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଗରେ ଛାତ୍ରଛାତ୍ରୀଙ୍କ ସମସ୍ୟା ,ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମସ୍ୟା ତଥା ବିଦ୍ୟାଳୟର ଭିତ୍ତିଭୂମୀର ବିକାଶ ପାଇଁ ଅନେକ ଦାବି ଉପସ୍ଥାପନ କରିଥାନ୍ତି ।ତେବେ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ସ୍ତରୀୟ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତା ସୁବର୍ଣ୍ଣପୁର ଆସି ରାଜ୍ୟ ସଭାନେତ୍ରୀଙ୍କୁ ସାକ୍ଷାତ କରିବା ସହିତ ବିଭିନ୍ନ ପ୍ରସଂଗରେ ଆଲୋଚନା କରିଥାନ୍ତି ।ଏପରିକି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶିକ୍ଷକ ମାନେ ଭିନ୍ନ ଭିନ୍ନ ସମସ୍ୟା ନେଇ ରାଜ୍ୟ ସଭାନେତ୍ରୀ ଅନିତା ମେହେରଙ୍କ ପାଖକୁ ଆସିଥାନ୍ତି ତେଣୁ ଏକ କାର୍ଯ୍ୟାଳୟର ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ଆବାସିକ କାର୍ଯ୍ୟାଳୟର ଉଦଘାଟନ କରାଯାଇଛି ।ଅନିତା ମେହେର ବିଭିନ୍ନ ସମୟରେ ସେ କାର୍ଯ୍ୟରତ ବିଦ୍ୟାଳୟ ,ନିଜେ ଅଧ୍ୟୟନ କରିଥିବା ବିଦ୍ୟାଳୟ ତଥା ନିଜ ପୁଅ ,ଝିଅ ଓ ସ୍ବାମୀ ଅଧ୍ୟୟନ କରୁଥିବା ବିଦ୍ୟାଳୟ ଗୁଡିକୁ ଆର୍ଥିକ ଅନୁଦାନ ଦେଇ ଆସିଛନ୍ତି ।ବିଭିନ୍ନ ବିଦ୍ୟାଳୟ ପାଇଁ ନିଜସ୍ବ ଦରମାରୁ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଭିତ୍ତିଭୂମୀର ବିକାଶ ପାଇଁ ଖର୍ଚ୍ଚ କରିଥାନ୍ତି ।ଆଜିର ଏହି ଆବାସିକ କାର୍ଯ୍ୟାଳୟର ଖର୍ଚ୍ଚାଦି ବି ସେ ନିଜେ ବହନ କରିଛନ୍ତି ।ତେବେ ତାଙ୍କର ଏହି ପ୍ରୟାସ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।