-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
22-Mar-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାମାଲ ପଞ୍ଚାୟତ ଅନ୍ତର୍ଗତ ଚମ୍ପାପୁର (ଗଡଭିତର) ଠାରେ ଆସନ୍ତା ଗୁରୁବାର ଠାରୁ ହେବାକୁ ଥିବା ନବାହ ପାରାୟଣ ଓ ପ୍ରବଚନ ପାଇଁ ଆଜି କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ନିକଟସ୍ଥ ପୋଖରୀରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ଗଙ୍ଗା ମାତାଙ୍କୁ ଆବାହନ କରି ଏକ ଆଧ୍ୟାତ୍ମିକ ପରିବେଶରେ ପୂର୍ଣ୍ଣ କଳସି ଧରି ଶହର ପରିକ୍ରମା କରିଥିଲେ। ଶଙ୍ଖ ହୁଳହୁଳି ହରିବୋଲ ଧ୍ୱନୀରେ ପୂଜା ମଣ୍ଡପ ସ୍ଥାପନ କରାଯାଇଥିଲା। ବହୁ ସଂଖ୍ୟକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଏଥିରେ ପୂଜକ ବିଦ୍ୟାଧର ପାଢ଼ୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଭୁଲା ମେହେର କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି। ଗାୟିକା ଇସପିତା ମିଶ୍ର ପୁରାଣ ପଠନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରବଚିକା ଅନୁପମା ବିଶ୍ଵାଲ ଙ୍କ ଦ୍ବାରା ପ୍ରବଚନ ଦେବାର ରହିଥିବା ନେଇ ଆୟୋଜକ ପକ୍ଷରୁ ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ ସୀତା ବିବାହ ଓ ରାମ ଅଭିଷେକ ମୁଖ୍ୟ ଆକର୍ଷଣ ରହିଥିବା ବେଳେ ଆସନ୍ତା ୧ ତାରିଖ ଦିନ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି।