-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
22-Mar-2023
ବୀରମହାରାଜପୁର,(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବସଷ୍ଟାଣ୍ଡ ନିକଟରେ ଆଜି ବେଆଇନ ମଦ ଚୋରାଚାଲାଣ କରୁଥିବା ସମୟରେ ଜଣକୁ ଗିରଫ କରିବା ସହ ମଦ ଜବତ କରିଛି। ସୁବଳୟା ଥାନା ଅନ୍ତର୍ଗତ କୁଶଦାଦାର ଗ୍ରାମର ପ୍ରମୋଦ ପଧାନ ୪୫ ଲିଟର ଦେଶୀ ମହୁଲି ମଦ ଚଲାଣ କରୁଥିବା ସମୟରେ ବୀରମହାରାଜପୁର ଅବକାରୀ ବିଭାଗ ଅଧିକାରିଣୀ ସୁମିତ୍ରା ହେମ୍ରମ ଓ ତାଙ୍କ ଟିମ ମଦ ଜବତ କରିବା ସହ ପ୍ରମୋଦ ପଧାନ ଙ୍କୁ ଗିରିଫ କରି କରିଛନ୍ତି l ସୂଚନାନୁଶାରେ ଆଜି ପ୍ରମୋଦ ପଧାନ ରନ୍ଧା ଦେଶୀ ମହୁଲି ମଦ ନେଇ ବୀରମହାରାଜପୁରକୁ ଆସୁଥିବାବେଳେ ଏବିଷୟରେ ପୂର୍ବରୁ ସୂଚନା ପାଇ ଅବକାରୀ ଇନିସ୍ପେକ୍ଟର ସୁମିତ୍ରା ହେମ୍ବ୍ରମ ଙ୍କ ନେତୃତ୍ୱ ରେ ଏ. ଏସ. ଆଇ. ଚିତ୍ତରଞ୍ଜନ ଦାସ, କନେଷ୍ଟବଳ ସୀତାରାମ ପଧାନ ଓ ଗୋପାଳ ଝଙ୍କାର ବସ ଷ୍ଟାଣ୍ଡ ନିକଟରେ ଛପି ରହିଥିଲେ, ତେବେ ଅବକାରୀ ବିଭାଗ ର କର୍ମଚାରୀ ଙ୍କୁ ଦେଖି ପ୍ରମୋଦ ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ତାକୁ କାବୁକାରୀ ମଦ କୁ ଜବତ କରିଥିଲେ l ମଦ ବେପାରୀ ପ୍ରମୋଦ କୁ ଗିରଫ କରି ବୀରମହାରାଜପୁର ଏସ. ଡି.ଜେ. ଏମ.କୋର୍ଟ କୁ ଚାଲାଣ କରାଯାଇ ଥିଲା । ମାତ୍ର ମାନ୍ୟବର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଙ୍କ ଦ୍ୱାରା ଜାମିନ ମଞ୍ଜୁର ନ ହେବାରୁ ତାକୁ ବିଚାରବିଭାଗୀୟ ହାଜତ କୁ ପଠାଇ ଦିଆଯାଇଥିବା ଜଣାଯାଇଛି l