-+91-9937148622 |
prerana_bgr@rediffmail.com |
Monday 9th November 2026 |
R.N.I. Regd No. ODIODI/2010/46693
Breaking News
20-Mar-2023
ଲୋଇସିଂହା,(ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଠାରେ କୃଷି କାର୍ଯ୍ୟାଳୟ ଏବଂ କୃଷି ବିଭାଗ ର ବଲାଙ୍ଗୀର ତରଫରୁ ଆଜି କୃଷି ରଥ ଉଦଘାଟନ କରାଯାଇଛି l ଏହି କୃଷି ରଥ କୁ ଲୋଇସିଂହା କୃଷି ସଭାପତି ରବୀନ୍ଦ୍ର ପଟେଲ ଉଦଘାଟନ କରିଥିବା ବେଳେ ଲୋଇସିଂହା ବ୍ଲକ କୃଷି ଅଧିକାରୀ ସୁନୀଲ କୁମାର ସେଠି, ସୁଧାଂଶୁ ସାହୁ ଏବଂ ଲୋଇସିଂହା ର ଅନ୍ୟନ କର୍ମକର୍ତା ମାନେ ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମଟି ର ଏହି ଯୋଜନାରେ ଲୋଇସିଂହା ବ୍ଲକ ର 20 ଟି ପଂଚାୟତ କୁ ଚାରିଦିନ ପର୍ଯ୍ୟନ୍ତ ଗାଁ ଗାଁ ବୁଲି କୃଷି ରଥ ଲୋକଙ୍କୁ ଟିଭି ମାଧ୍ୟମରେ ଚାଷିମାନଙ୍କୁ ଆଗାମୀ ଖରିପ ଋତୁର ଚାଷ ସମଦ୍ଧରେ ଏବଂ ସରକାରୀ ଯୋଜନା ବିଷୟରେ ଜାଗରଣ ସୃଷ୍ଟି କରାଯିବ ବୋଲି ମତବ୍ୟକ୍ତ କରିବା ସହ ଳୋକମାନକୁ ସଚେତନ କରାଯାଇଥିଲା l