-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
19-Mar-2023
ପଦ୍ମପୁର: (ପ୍ରେରଣା ଖବର)
ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ପଦ୍ମପୁର ଶିଶୁ ବାଟିକା ବିଭାଗ ଶିଶୁ ବୋଧ ଶ୍ରେଣୀ ଶିଶୁଙ୍କ ପିତା ମାତା ଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଶ୍ରୀଯୁକ୍ତ ଖଗେଶ୍ୱର ଦାସ ( ପୂର୍ବ କ୍ଷେତ୍ର ପ୍ରାଥମିକ ଶିକ୍ଷା ସଂଯୋଜକ ଓ ଅଖିଳ ଭାରତୀୟ ସହ ସଂଯୋଜକ ଶିକ୍ଷା ବିକାଶ ସମିତି,ଓଡିଶା ) ମୂଖ୍ୟ ଅତିଥି ଭାବରେ ଯୋଗ ଭାଷା ଶିକ୍ଷା ବିଷୟରେ ବିଷଦ୍ ଭାବରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କଲ୍ୟାଣୀ ମିଶ୍ର ଗୁରୁମା କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଦୀପ ପ୍ରଜ୍ଜଳନ ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ।ଶେଷରେ ସୁଶ୍ରୀ ମିନତୀ ପଟ୍ଟନାୟକ ଗୁରୁମା ଦିବା ପର୍ଯ୍ୟାୟ ପ୍ରମୁଖା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ୧୨୫ ଜଣ ପିତା ମାତାମାନେ ଯୋଗ ଦେଇଥିଲେ ।ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।