-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
29-Dec-2022
ତୁଷୁରା(ପଞ୍ଚାନନ ନାଏକ): ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲାବ୍ଳକ ଅନ୍ତର୍ଗତ ନୂଆଁପଡାଗ୍ରାମରେ ୧୪ତମ ଶ୍ରୀରାମ ଚନ୍ଦ୍ର ମହାପ୍ରଭୁଙ୍କ ପୁଷ୍ୟାଭିଷେକ ମହୋତ୍ସବ ୨୦୨୨-୨୩ ପାଇଁ ବୁଧବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏକ ଭବ୍ଯ ଶୋଭାଯାତ୍ରାରେ ସ୍ଥାନୀୟ ପୋଖରୀରୁ ମହିଳା ମାନେ ପୂର୍ଣ୍ଣ ପାଣି କଳସ ଧରି ଗ୍ରାମ ପରିକ୍ରମଣ କରି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ବେଣୁଧର ମେହେର ଓ ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା କର୍ତ୍ତା ଭାବେ କାର୍ଯ୍ୟତୁଳାଇଥିବା ବେଳେ ପୁରଷୋତ୍ତମ ପଣ୍ଡା ପୂଜକ ଦାୟିତ୍ବ ତୁଲାଇଥିଲେ।