-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
28-Dec-2022
ସୁବର୍ଣ୍ଣପୁର ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଓ ଶ୍ରୀ ଗୌରୀ ଶ୍ୟାମ ମିଶ୍ର ସ୍ମୃତି କମିଟି ମିଳିତ ସହଯୋଗ ରେ ସ୍ଥାନୀୟ ଏନ ଜି ଓ ସି ସି ହଲ ଠାରେ ଅମୃତ ସମ୍ମାନ ସମାରୋହ ପାଳିତ ହୋଇ ଯାଇଛି l ସାରା ଦେଶ ଯେତେବେଳେ ଅଜାଦୀ କି ଅମୃତ ମହୋତ୍ସବ ଧୁମ ଧାମ ରେ ପାଳନ କରୁଛି ଠିକ ଏହି ସମୟ ରେ ଭିନ୍ନ ଅବସ୍ଥା ରେ ଭିନ୍ନ ଢଙ୍ଗରେ ଜୀବନ ଯାପନ କରୁଥିବା ୭୫ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରିବା ଏଭଳି ଏକ ମହୋତ୍ସବ ଆୟୋଜନ ବା ମହତ କାର୍ଯ୍ୟକୁ ଜ଼ିଲ୍ଲା ବାସୀ ପ୍ରଶଂସା କରିଛନ୍ତି l ଏଠାରେ ମୁଖ୍ୟ ଅତିଥି ରୂପେ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା ଯୋଗ ଦେଇ ସମବୟସ୍କ ବ୍ୟକ୍ତି ହିଁ ନିଜ ର ମନ କଥା ଠିକ ବୁଝି ପାରେ ଓ ସୁଖ ଦୁଃଖରେ ସାମିଲ ହୁଅନ୍ତି ବୋଲି ମତ ରଖି ଏମାନଙ୍କ ପାଇଁ ଇଷ୍ଠ ଦେବୀଙ୍କ ଠାରେ ଶୁଭ କାମନା ଦୀର୍ଘାୟୁ କାମନା
କରିଥିଲେ l ସଂଘ ର ସଭାପତି ଡଃ ଜ୍ୟୋତି ରଞ୍ଜନ ବହିଦାର ସଭାପତିତ୍ୱ କରି ବୟସ ଯେତେ ବଢିଲେ ବି ନିଜକୁ ମାନସିକ ସ୍ତର ରେ ମଜଭୁତ ହେବାକୁ ପଡିବ ବୋଲି ମତ ରଖି ଏସବୁ ଅନୁଭୂତି ହିଁ ଆମକୁ ଆଗକୁ ବଢ଼ାଏ ବୋଲି କହିଥିଲେ l ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ରଖି ଥିବା ବେଳେ ସ୍ମୃତି କମିଟି ର ସଭାପତି ଗିରିଜା ଶଙ୍କର ଯୋଗ ଦେଇ ସମାଜରେ ଆମେ ଯେଭଳି ଅବହେଳିତ ନ ହେବା ସେଥି ପ୍ରତି ନିଜେ ଯତ୍ନବାନ ହେବାକୁ ମତ ରଖିଥିଲେ l ସଭା ଶେଷ ରେ ପ୍ରଦୀପ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l