-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
28-Dec-2022
ବଲାଙ୍ଗୀର / ଆଜି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବଲାଙ୍ଗିର ଗସ୍ତରେ ଆସୁଛନ୍ତି l ଆଜି ସାଢ଼େ ୧୨ ଟା ସମୟରେ ଟାଉନ ହାଇସ୍କୁଲ ପଢିଆରେ ରୋଟାରୀ କ୍ଲବ ଅଫ୍ ଏଲାଇଟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଡାଉନ୍ ମିଟ୍୨୦୨୨ କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ମୁଖ୍ୟଅତିଥି ଭାବେ ଯୋଗ ଦେବେ l ପରେ ମାରୱାଡି ସମ୍ମେଳନର ଏକ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ବୀରମହାରାଜପୁର ଯିବେ l ସେଠାରେ ଆୟୋଯିତ ଧନୁଯାତ୍ରା ମହୋତ୍ସବ ରେ ଯୋଗ ଦେବା ପରେ ବଲାଙ୍ଗିର ଫେରି ଗୁରୁବାର ସକାଳୁ ଭବାନୀପାଟଣା ଯିବାର କାର୍ଯ୍ୟକ୍ରମ ରହିଛି l ରାଜ୍ୟପାଳ ଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ଚାଲିଛି