-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ସାମ୍ବାଦିକ ସଂଘ ପକ୍ଷରୁ ପାରିବାରିକ ବନ୍ଧୁ ମିଳନ

26-Dec-2022



ସୋନପୁର/ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର) ରବିବାର ଦିନ ସୋନପୁର ଛନଛାନ ଡୁଙ୍ଗୁରି ସ୍ଥିତ ଯୋଗେଶ୍ବର ମନ୍ଦିର ଠାରେ ସୋନପୁର ଜିଲ୍ଲା ସାମ୍ବାଦିକ ସଂଘ ପାରିବାରିକ ବୈଠକ ସଂଘର ସଭାପତି ଶ୍ରୀ ଗୋରେଖନାଥ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି I ପ୍ରାରମ୍ଭରେ ଶ୍ରୀ ସାହୁ ସମସ୍ତଙ୍କୁ ପାରିବାରିକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ରକ୍ଷା କରି ସଂଘର ସମୃଦ୍ଧ ବୃଦ୍ଧି କରିବାକୁ ଆହ୍ବାନ ଦେଇଥିଲେ I ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ସାହୁ , ବେଣୁଧର ପ୍ରଧାନ, ଶେଷଦେବ ବାରିକ, ବିପ୍ର ଚରଣ ସାହୁ ପ୍ରମୁଖ ସାମ୍ବାଦିକମାନେ ନିଜଶ୍ବ ଶୈଳୀରେ ଅନୁସନ୍ଧାନମୂଳକ ସଂବାଦଗୁଡକ ଲୋକଲୋଚନକୁ ଆଣି କାହାରି ଗୋଡାଣିଆ ନ ହେବାକୁ କହିଥିଲେ I ଏକଦା ସଂଘ ନିଜସ୍ବ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ କରି ସର୍ବତ୍ର ଲୋକଲୋଚନକୁ ଆସିଥିଲା I ମାତ୍ର ସଂପ୍ରତି ଏକତାବଦ୍ଧ ହରାଇଥିବାରୁ ସାଂସ୍କୃତିକ ଚେତନା ପ୍ରସାରଣରେ ଉଦାସୀନତା ଦେଖାଯାଇଛି I ସମସ୍ତେ ପରସ୍ପର ମଧ୍ୟରେ ସହଯୋଗ ଓ ସହଭାଗିତା ରଖି  ମାଁ ମାଟିର ସମୃଦ୍ଧି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ପ୍ରକାଶ କରିଥିଲେ I ଏହି ବୈଠକରେ ଆସନ୍ତା ଫେବୃୟାରୀ ମାସରେ ସଂଘର ରଜତ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଛଅଗୋଟି ବ୍ଲକରୁ ସାମ୍ବାଦିକମାନେ ସପରିବାର ଯୋଗଦେଇଥିଲେ । ଛନଛାନ ଡୁଙ୍ଗୁରିର ପାହାଡ ଉପରେ ଥିବା ଯୋଗେଶ୍ବର ମନ୍ଦିରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିଲା ।ପାଖାପାଖି 40ଜଣ ସାମ୍ବାଦିକ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଏହି ଅବସରରେ ସମ୍ବାଦିକମାନଙ୍କ ପୁଅ ଝିଅମାନଙ୍କ ମଧ୍ୟରେ ନାଚ, ଗୀତ ର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ତିନିଗୋଟି ବର୍ଗରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ନାଚରେ ସୁରନ୍ୟା ଦାସ, ଅଭିପ୍ସା ଶତପଥୀ , ଶ୍ରେୟା ଶ୍ରୀୟାସିଂ ସାହୁ ଓ ଅମନ ଅମ୍ଲାନ ସାହୁ ଶ୍ରେଷ୍ଠ ହୋଇଥିଲେ ।ସେହିପରି ଗୀତରେ ଜ୍ୟୋର୍ତିମୟୀ ପୁଝାରୀ ଶ୍ରେଷ୍ଠ ବିବେଚିତ ହୋଇଥିଲେ ।ପରେ ପରେ ସଂଘର ସଭାପତି ଓ  ସଂପାଦକ ଏହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ସାମ୍ବାଦିକମାନେ ନିଜ ନିଜ ପରିବାର ସହିତ ଯୋଗଦେଇଥିବା ବେଳେ ନିଜ ନିଜ ଭିତରେ ଭାବ ବିନିମୟ କରିଥିଲେ ।ପରେ ପରେ ସଂଘର ସଂପାଦକ ବ୍ୟମୋକେଶ ଦାସ ରଜତ ଜୟନ୍ତୀ ପାଳନ ଓ ବନ୍ଧୁ ମିଳନ ଉପରେ ଆଲୋଚନା କରିଥିଲେ ।ଆଗାମୀ ଜାନୁୟାରୀ ମାସରେ ପୁଣି ଥରେ ସାମ୍ବାଦିକମାନେ ମହାନଦୀରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯୋଗେଶ୍ବର ମନ୍ଦିରରେ ଏକ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିବା ବେଳେ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ପ୍ରଶାଦ ବଣ୍ଟନ କରାଯାଇଥିଲା।ଏହି ପାରିବାରିକ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଘନଶ୍ୟାମ ମେହେର, ସାଗର ଜେନା, କମଳ ରଞ୍ଜନ ପରିଚ୍ଛା, ଧ୍ରୁବ ଚରଣ ମିଶ୍ର, ଧୀରେନ୍ଦ୍ର ଦାନୀ, ନିରଞ୍ଜନ ମିଶ୍ର, ଅରବିନ୍ଦ ପୁଝାରୀ, ଧରଣୀଧର ମିଶ୍ର,ସନ୍ତୋଷ କୁମାର ମିଶ୍ର, ମୃତ୍ୟୁଞ୍ଜୟ ଶତପଥୀ, ମନୋରଞ୍ଜନ ପାଣିଗ୍ରାହୀ, ଅରବିନ୍ଦ ମିଶ୍ର, ବାସୁଦେବ ପଣ୍ଡା, ନନ୍ଦକିଶୋର ମିଶ୍ର, ଉଗ୍ରସେନ କର୍ମୀ, ମହାଦେବ ମଲ୍ଲିକ, ରାଜ କୁମାର ମହାକୁର , ମାନଭଞ୍ଜନ ପୁଝାରୀ, ଧର୍ନୁଜୟ ଆଡଜୁଆଡି, ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ Iଶେଷରେ କୋଶଳ ସାପ୍ତାହୀକ ପତ୍ରିକାର ସହ ସଂପାଦିକା ମୀନା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like