-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
25-Dec-2022
ବଲାଙ୍ଗିର, ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗର ପ୍ୟାନାଲ ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନା ମିଶ୍ର, ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଖାଉଟିଙ୍କ ପ୍ରତି ଅଣଦେଖା ଓ ତାଙ୍କ ବିଶୃଙ୍ଖଳିତ ନୀତିର ଖିଲାପରେ ଯଥା ବଲାଙ୍ଗିର ସ୍ଥିତ ଶାନ୍ତି ପଡ଼ା ନିବାସୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ସପକ୍ଷରେ ଜିଲ୍ଲା ଖାଉଟି ଆୟୋଗରେ ବିଚାର କରି ୮୧ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦେଶ ଦେଇଛନ୍ତି l
ସୂଚନା ଅନୁସାରେ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଗତ ମାର୍ଚ୍ଚ ୨୮ ତାରିଖ ବିନିକା ତହସିଲଦାରଙ୍କ କାର୍ଯ୍ୟାଳୟରେ ଜରୁରୀ ଆଧାରରେ ଏକ ସାର୍ଟିଫାଏ କପି ପ୍ରଦାନ ପାଇଁ ଆବେଦନ କରିଥିଲେ l ସେ ଉକ୍ତ ଆବେଦନରେ ୧୧ ଟଙ୍କା କୋର୍ଟ ଫି ଓ ୟୁଜର ଫି ଲଗାଇ ସିଧାସଳଖ ବିନିକା ତହସିଲଦାରଙ୍କ ଠାରେ ଆବେଦନ କରିଥିଲେ l ତହସିଲଦାର ଶ୍ରୀ ପାଣିଗ୍ରାହୀ ଉକ୍ତ ଆବେଦନ ଫର୍ମ କୁ ରେକଡ଼ ରକ୍ଷକ ଲକ୍ଷ୍ମୀ ନାରାୟଣ ଦାନୀଙ୍କ ନିକଟକୁ ପଠାଇଥିଲେ l ତେବେ ରେକଡ଼ ରକ୍ଷକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସାର୍ଟିଫାଏ କପି ପ୍ରଦାନ କରିବାରେ ସମର୍ଥ ହୋଇପାରି ନଥିଲେ, ପୁନଶ୍ଚ ଆବେଦନକାରୀ ଗତ ଏପ୍ରିଲ ୨୫ ତାରିଖରେ ଏକ ରେଜିଷ୍ଟ୍ରି ପୋଷ୍ଟ ମାଧ୍ୟମରେ ଅନୁସ୍ମାରକ ପତ୍ର ପଠାଇଥିଲେ ମଧ୍ୟ ବିନିକା ତହସିଲଦାର ତାର କୌଣସି ଉତ୍ତର ରଖିନଥିଲେ l ପରେ ଆବେଦନକାରୀ ଗୋଟିଏ ମାସରେ ଚାରିଥର ସାର୍ଟିଫାଏ କପି ପାଇଁ ଆବେଦନ ଓ ଅନୁରୋଧ କରିବା ସତ୍ୱେ ମଧ୍ୟ ତାଙ୍କୁ ରେକର୍ଡ ଖୋଜୁଛୁ କହି ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ l
ଏଭଳି ବିନିକା ତହସିଲଦାର ଓ କର୍ମଚାରୀଙ୍କ ଅବହେଳାରେ ଅସନ୍ତୁଷ୍ଟି ପ୍ରକାଶକରି କୃଷ୍ଣ ଚନ୍ଦ୍ର ନାୟକ ବାଧ୍ୟ ହୋଇ ବଲାଙ୍ଗିର ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗରେ ଗତ ଚଉଦ ତାରିଖ ଜୁଲାଇ ମାସରେ ଅଭିଯୋଗ କରିଥିଲେ l
ବଲାଙ୍ଗିର ଜିଲ୍ଲା ଖାଉଟି ଆୟୋଗର ପ୍ୟାନେଲ ସଦସ୍ୟା ଜ୍ୟୋସ୍ନା ମିଶ୍ର ଉକ୍ତ ଅଭିଯୋଗ କ୍ରମେ ଏହି ମାମଲାର ସତ୍ୟାସତ୍ୟ ବିଚାର କରି ଓ ଏବଂ ଅଭିଯୋଗକାରୀଙ୍କ ଅପୂରଣୀୟ କ୍ଷତି ହୋଇଥିବା ସେ ଅନୁଭବ କରି କ୍ଷତି ବାବଦକୁ ୫୦ ହଜାର ଟଙ୍କା, ଶାରିରୀକ ଓ ମାନସିକ କ୍ଷତି ବାବଦକୁ ୩୦ ହଜାର ଓ ମକଦ୍ଦମା ୧ ହଜାର ଟଙ୍କା, ଏହିପରି ସର୍ବମୋଟ ୮୧ ହଜାର ଟଙ୍କା ତହସିଲଦାର ଶ୍ରୀ ପାଣିଗ୍ରାହୀ ଆବେଦନକାରୀଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି l