-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
25-Dec-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀ)
ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅନ୍ତର୍ଗତ ଘୁଡୁକାଟିକ୍ରା ହରିଜନ ସାହିର ଯଜ୍ଞ ବାଗ (୮୫)ଙ୍କ ନିଆଁରେ ପୋଡ଼ି ମୃତ୍ୟୁ ହୋଇଛି I ରାତିରେ ପ୍ରବଳ ଥଣ୍ଡା ଯୋଗୁଁ ଖଟ ତଳେ ଉମ୍ଭେଇ ଦେଇ ଶୋଇଥିଲେ I ହଠାତ୍ ନିଆଁ ଲାଗି ଯିବାରୁ ବୃଦ୍ଧା ଜଣକ ଗୁରୁତର ହୋଇଥିଲେ। ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି I ଏନେଇ ପୋଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। କଳାମାଟି ସରପଞ୍ଚ ସୁଷମା ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ପଧାନ ଓ ନାଏବ ସରପଞ୍ଚ ସୁଶୀଳା ଭୁଏ ପ୍ରମୁଖ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ।