-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||     

HOME   ଜିଲ୍ଲା

କୋସଲାଞ୍ଚଳର ଆଇନଜୀବୀ, ବୁଦ୍ଧିଜୀବୀ, ଯୁବ, ଛାତ୍ର, ଚାଷୀ, ଶ୍ରମିକ ଓ ସାଧାରଣ ଜନତାଙ୍କ ପାଇଁ ଏକମାତ୍ର ବିକଳ୍ପ ହେଲା ସ୍ୱତନ୍ତ୍ର କୋଶଳ ରାଜ୍ୟ - ପ୍ରମୋଦ ମିଶ୍ର

24-Dec-2022



ବଲାଙ୍ଗିର, ଆଇନ୍‌ଜୀବୀ ଆନ୍ଦୋଳନ ଓ ହାଇକୋର୍ଟ ବେଂଚ ଦାବୀ ଉପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ମତ ଦୀର୍ଘ ୬୩ବର୍ଷର ଦାବୀ ଓ ଦୁଇଦଶନ୍ଧିର ହାଇକୋର୍ଟ ବେଂଚ ଆନ୍ଦୋଳନକୁ ବହୁତ୍ ଜୋର୍ ଧକ୍କା ଦେଇଛି । ଏହାଛଡ଼ା ଆଇନ୍‌ଜୀବୀମାନଙ୍କ ଗିରଫଦାରୀ ଓ ଲାଇସେନ୍ସ ରଦ୍ଧ ଘଟଣା ସମଗ୍ର ଆଇନ୍‌ଜୀବୀ ଗୋଷ୍ଠୀ ଓ କୋସଲାଞ୍ଚଳର ଜନସାଧାରଣଙ୍କୁ ଆହତ କରିଛି । ହାଇକୋର୍ଟ ବେଂଚ ଦାବୀ କେବଳ ଆଇନଜୀବୀମାନଙ୍କ ନ ଥିଲା, ଏହା କୋସଲାଞ୍ଚଳର ୨.୫ କୋଟି ଜନସାଧାରଣ ଓ ଆଇନ୍ ଆଶ୍ରିତ ସାଧାରଣ ଜନତାଙ୍କ ହୃଦୟର ଦାବୀ ଥିଲା । ହାଇକୋର୍ଟ ବେଂଚ ପ୍ରତିଷ୍ଠା ସରକାରଙ୍କ କାମ । ଦାବୀର ତାର୍କିକ ନ୍ୟାୟସଂଗତ ଯୁକ୍ତିକୁ ଗ୍ରହଣ କରି ରାଜ୍ୟ ସରକାର ୨/୨ ଥର ବେଂଚ ପ୍ରତିଷ୍ଠା ସମ୍ପର୍କରେ ପତ୍ରାଳାପ ମଧ୍ୟ କରିଥିଲେ । କେନ୍ଦ୍ର ସରକାର ମଧ୍ୟ ୨ଥର ସ୍ଥାନ ନିରୂପଣ ପାଇଁ ପତ୍ରାଳାପ କରିଥିଲେ । ଏଥିପାଇଁ ରାଜ୍ୟସରକାର ଏକ ପାଲ୍ କମିଶନ ମଧ୍ୟ ଗଠନ କରିଥିଲେ । କିନ୍ତୁ ବୋଧହୁଏ ଏ ସମସ୍ତ ତଥ୍ୟ ମାନ୍ୟବର ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଠିକ୍ ରୂପେ ଉପସ୍ଥାପିତ ହୋଇପାରିଲା ନାହିଁ । ଫଳତଃ ୮୫ଭାଗର ଉର୍ଦ୍ଧ୍ୱ ବ୍ୟକ୍ତି ଏ ଅଞ୍ଚଳରେ ଦାରିଦ୍ର‌୍ୟର ସୀମାରେଖା ତଳେ ଥିବା ସତ୍ତ୍ୱେ ତଥା ଆଦିବାସୀ, ଦଳିତ ଓ  ଅର୍ଥନୈତିକ ରୂପେ ଅନୁନ୍ନତ କୋସଲାଞ୍ଚଳରେ ହାଇକୋର୍ଟ ବେଂଚ ସ୍ଥାପନର ଦାବୀ ନ୍ୟାୟିକ ସ୍ୱୀକୃତି ପାଇପାରିଲା ନାହିଁ । ଏହା କୋସଲାଞ୍ଚଳର ଇତିହାସରେ ଏକ ସର୍ବବୃହତ ଦୁର୍ଘଟଣା ଅଟେ । ଏଥିରୁ ଗୋଟିଏ କଥା ସ୍ପଷ୍ଟଯେଯ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋସଲ ପ୍ରଦେଶ ଗଠନ ପାଇଁ ସମ୍ମିଳିତ ଲଢ଼େଇ କରିବା ଛଡ଼ା ଏ ଅଞ୍ଚଳର ଅନ୍ୟଗତି ନାହିଁ । ତେଣୁ ହାଇକୋର୍ଟ ବେଂଚ ପାଇଁ ଲଢ଼ୁଥିବା ବାର ଏସୋସିଏସନ୍ ଓ ସିଏସି ସମ୍ମିଳିତ ଭାବରେ ସ୍ୱତନ୍ତ୍ର କୋସଲ ପ୍ରଦେଶ ପାଇଁ ଲଢ଼େଇ କରିବା ଆବଶ୍ୟକ । କାରଣ ବେଂଚ ନୁହେଁ ସ୍ୱତନ୍ତ୍ର ରାଜ୍ୟ ଗଠନ ହେଲେ ଏ ଅଞ୍ଚଳରେ ପୂର୍ଣ୍ଣାଙ୍ଗ ହାଇକୋର୍ଟ ପ୍ରତିଷ୍ଠା ହୋଇପାରିବ ।
    ଏକଥା ଅନଃସ୍ୱୀକାର୍ଯ୍ୟ ଯେ କୋସଲାଞ୍ଚଳ ଉଗ୍ର ଆଞ୍ଚଳିକ ବୈଷମ୍ୟର ଶିକାର ହୋଇଛି । ୧୯୩୬ର ଓଡ଼ିଶା ଗଠନ ଓ ୧୯୪୮ର ଗଡ଼ଜାତ ମିଶ୍ରଣ ପରେ ଏ ଅଞ୍ଚଳର ଚାଷୀ, ମୂଲିଆ, ଯୁବକ, ଛାତ୍ର ଓ ବୁଦ୍ଧିଜୀବୀମାନେ ନିରନ୍ତର ଏହି ବୈଷମ୍ୟର ଶୀକାର ହୋଇ ତଳିତଳାନ୍ତ ହୋଇଛନ୍ତି । ଏହି କଥାକୁ ଦେଶର ବହୁ ସାମ୍ବିଧାନିକ ସଂସ୍ଥା, କମିଟି ଓ କମିଶନମାନେ ସ୍ୱୀକାର କରିଛନ୍ତି । ଆଞ୍ଚଳିକ ବୈଷମ୍ୟର ଉଗ୍ରତାକୁ ସ୍ୱୀକାର କରି ନିଜେ ରାଜ୍ୟ ସରକାର ମଧ୍ୟ ପ୍ରଥମେ ଘଡ଼େଇ କମିଶନ ଓ ପରେ ଆଞ୍ଚଳିକ ବୈଷମ୍ୟ କମିଶନ ଗଠନ କରିଛନ୍ତି । ଏଭଳିକି ରାଜ୍ୟ ସରକାର "ପଶ୍ଚିମ ଓଡ଼ିଶା ବିକାଶ ପରିଷଦ' ଗଠନ କରଥିବାବେଳେ କେନ୍ଦ୍ର ସରକାର କେବିକେ ଯୋଜନା ଲାଗୁ କରିଥିଲେ । ତା ସତ୍ତ୍ୱେ ସରକାରମାନଙ୍କ ଆନ୍ତରିକତା ଅଭାବରୁ ତଥା ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥାମାନଙ୍କ ନୀରବତା ତଥା ସ୍ଥାଣୁତା ଯୋଗୁଁ ଅବସ୍ଥା ସୁଧୁରିବା ବଦଳରେ ଖରାପ ହେବାରେ ଲାଗିଛି । ପ୍ରଥମେ କୋଶଳ ପାର୍ଟି, ପରେ କୋସଲୀ ଏକତା ମଞ୍ଚ, କୋସଲ କ୍ରାନ୍ତିଦଳ, କୋସଲ ରାଏଜ କ୍ରିୟାନୁଷ୍ଠାନ କମିଟୀ
ଓ ଶେଷରେ କୋସଲ ରାଜ୍ୟ ସମନ୍ୱୟ ସମିତି ନାମରେ ଏହି ଆନ୍ଦୋଳନ କ୍ରମାଗତ ଭାବରେ ବଢ଼ିଚାଲିଛି । ଏବେ ଆଞ୍ଚଳିକସ୍ତରରେ ଯୁବକମାନେ ଛୋଟ ଛୋଟ କୋସଲବାଦୀ ସଂଗଠନ କରି ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରୁଛନ୍ତି । କିନ୍ତୁ ପ୍ରଶ୍ନ ଉଠେ ଆମର ଏ ଅବସ୍ଥା ପାଇଁ ଦାୟୀ କିଏ ଓ ଆମେ କ'ଣ କରିବାର ଦରକାରର । ଏକଥା ଧ୍ରୁବ ସତ୍ୟ ଯେ ଆମର ଏତାଦୃଶ ଅବସ୍ଥା ପାଇଁ ବିଭିନ୍ନ ସମୟରେ ଦିଲ୍ଲୀ ଓ ଭୁବନେଶ୍ୱରରେ କ୍ଷମତାରେ ରହିଥିବା ରାଜନୈତିକ ଦଳ ଓ ସେମାନଙ୍କ ସରକାର ଦାୟୀ । କିନ୍ତୁ ଆମର ଏ ଅଞ୍ଚଳର ରାଜନେତା, ଦଳୀୟ ନେତା ଓ କର୍ମୀ, ସାଧାରଣ ଜନତା ମଧ୍ୟ ନିଜ ମୁଣ୍ଡରୁ ଦୋଷ ଖସାଇପାରିବେ ନାହିଁ । ଏ ଅଞ୍ଚଳର ରାଜନେତାମାନେ ଆଜିଯାଏଁ ସ୍ୱତନ୍ତ୍ର ରାଜ୍ୟ ଆନ୍ଦୋଳନରେ ସକ୍ରିୟ ଯୋଗଦାନ କରୁନାହାଁନ୍ତି ଏବଂ ଜନସାଧାରଣ ସେମାନଙ୍କୁ ସହୁଛନ୍ତି । ଅନ୍ୟପକ୍ଷରେ ରାଜ୍ୟର ନାମକରଣ, ଭାଷାର ନାମକରଣ, ବେଂଚ
ସ୍ଥାପନର ସ୍ଥାନ ଏଭଳି ବିଭିନ୍ନ ପ୍ରସଙ୍ଗରେ ଆମେ ବିଭାଜିତ । ଏଭଳିକି ରାଜ୍ୟ ମୁକ୍ତି ଆନ୍ଦୋଳନ ପ୍ରସଙ୍ଗରେ ଆମେ ବିରାଜିତ । ତେବେ ଅ।।ମ ସମସ୍ୟାର ସମାଧାନ କରିବ କିଏ । ନିର୍ବାଚିତ ନେତାମାନେ ନିଜର ସ୍ଥିତି, ପ୍ରତିପତ୍ତି ତଥା ନିଜ ନିଜର ପୁଅମାନଙ୍କୁ ସ୍ଥାପିତ କରିବାରେ ବ୍ୟସ୍ତ । ଜନସାଧାରଣ ପ୍ରତିକ୍ରିୟାହୀନ ହୋଇ ରହିଛନ୍ତି ଏବଂ ସଂଗଠକମାନେ ନିଜ ନିଜର ସ୍ଥିତି ଓ ରାଜନୈତିକ ଭବିଷ୍ୟତ ପାଇଁ ଯଦି କେବଳ ଲାଗିବେ ତେବେ ଆଗାମୀ ପିଢ଼ି ଆମକୁ କ୍ଷମା କରିବେ ନାହିଁ । ଯିଏ ପ୍ରକୃତ ବିପ୍ଳବୀ ସେ ମିଥ୍ୟା ପ୍ରଚାର, ଆତ୍ମବଡ଼ିମା କିମ୍ବା ନିଜର ସ୍ୱାର୍ଥ କଥା ଚିନ୍ତା କରେନାହିଁ । ତେଣୁ ଯେଉଁମାନେ ବାସ୍ତବରେ କୋସଲବାଦୀ ସେମାନେ ସବୁପ୍ରକାର ବିଚାର ବିଭ୍ରାଟକୁ ଉର୍ଦ୍ଧ୍ୱକୁ ଆସି ଏକତ୍ରିତ ହେବାସହ ବୃହତ କୋସଲ ଆନ୍ଦୋଳନ ପ୍ରସ୍ତୁତି ପାଇଁ ତିଆରି ହେବା ଆବଶ୍ୟକ । ଏହାଛଡ଼ା ଏ ଅଞ୍ଚଳର ରାଜନେତା, ନିର୍ବାଚିତ ପ୍ରତିନିଧି, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରୁଥିବା ସଂଗଠନ କେବଳ କୋସଲ ରାଜ୍ୟ ଦାବୀ ନେଇ ଲଢ଼େଇ କରିବା ଆବଶ୍ୟକ । ତେଣୁ
କୋସଲ ରାଜ୍ୟ ସମନ୍ୱୟ ସମିତି ସବୁ ମୁକ୍ତିକାମୀ ଲୋକଙ୍କୁ ଏକତ୍ରିତ ହୋଇ ବିଶାଳ କୋସଲ ଆନ୍ଦୋଳନରେ ଝାସ ଦେବାକୁ ଆହ୍ୱାନ କରିବା ସହ ଏହି ପ୍ରସଙ୍ଗରେ ଅଗାମୀ ଦିନରେ ୨ୟ କୋସଲ ମହାପଞ୍ଚାୟତ କରିବାକୁ ନିଷ୍ପତ୍ତି କରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    29-Jun-2026
  ଜିଲ୍ଲା  
ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   29-Jun-2026
  ଜିଲ୍ଲା  
*ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   29-Jun-2026
  ଜିଲ୍ଲା  
ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   29-Jun-2026
  ଜିଲ୍ଲା  
ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   29-Jun-2026
  ଜିଲ୍ଲା  
ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   29-Jun-2026
  ଜିଲ୍ଲା  
ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   29-Jun-2026
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026

You Might Also Like