-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
19-Dec-2022
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ)ଆଜି ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ୍ ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଡି. ଏମ. ପି. ଏଚ( ଜିଲ୍ଲା ମାନସିକ ସ୍ବାସ୍ଥ୍ୟ ଶିବିର/ ପ୍ରୋଗ୍ରାମ) ଦ୍ବାରା ମାନସିକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବେଲପଡ଼ା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚୟତରୁ ମାନସିକ ରୋଗୀ ଚିକିତ୍ସା ପାଇଁ ଶିବିର କୁ ଆସିଥିଲେ । ଉକ୍ତ ଶିବିର ରେ ୧୫୦ ରୁ ଅଧିକ ମାନସିକ ରୋଗୀ ଭାଗ ନେଇଥିଲେ ।
ଉକ୍ତ ବ୍ଲକ ରେ ୱାଇ. ସି.ଡି. ଏ ବେସରକାରୀ ସଂସ୍ଥା ମାନସିକ ସ୍ବାସ୍ଥ୍ୟ କାର୍ଯକ୍ରମ ଉପରେ କାର୍ଯ କରୁଥିବାରୁ ସଂସ୍ଥା ଗାଁ, ପଂଚାୟତ ବୁଲି ଲୋକଙ୍କୁ ଏହି ବାବଦ ରେ ଅବଗତ କରାଇଥିଲେ ଓ ଉକ୍ତ ଶିବିର କୁ ଆଣିଥିଲେ । ଶିବିର ରେ ଡି. ଏମ. ଏଚ. ପି ର ଟିମ୍ ଉପସ୍ଥିତ ଥିବା ବେଳେ ଡଃ. ଅନିଲ କୁମାର ନାୟକ , ମାନସିକ ତତ୍ୱବିଦ ଶ୍ରୀ ମଳୟ ନାଗ,ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ରବୀନ୍ଦ୍ର ମିଶ୍ରଙ୍କ ଉପସ୍ଥିତ ଥିଲେ ଓ କାର୍ଯକ୍ରମ ସଂଯୋଜକ ଡଃ. ସୁଖୀଶ୍ୟାମ ତ୍ରିପାଠୀ ଶିବିର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ତାପସ କୁମାର୍ ବେହେରା ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯକ୍ରମ ରେ ସହଯୋଗ କରିଥିଲେ ।