-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||     

HOME   ଜିଲ୍ଲା

*ବାନ୍ଧ କଳାରେ ରେ ଶ୍ରୀମଦ ଭାଗବତ ଗୀତାର ୧୮ ଅଧ୍ୟାୟ ର ସମସ୍ତ ଶ୍ଲୋକ ର କାନ୍ଥ ଝୁଲଣ*- *ଲୋକାର୍ପଣ କଲେ ଜିଲ୍ଲାପାଳ*-

02-Dec-2025



ସୋନପୁର( ମନୋରଞ୍ଜନ ତ୍ରିପାଠୀ)
 ପବିତ୍ର ଗୀତା ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ସହର ଗୋକନେଶ୍ୱରପଡା ର  ବାନ୍ଧଶିଳ୍ପୀ ପ୍ରଫୁଲ୍ଲ ମେହେର ବାନ୍ଧକଳା ର ଏକ ୱାଲ ହେଙ୍ଗୀଙ୍ଗ( କାନ୍ଥ ଝୁଲଣ )ରେ ଗୀତାର ଶ୍ଲୋକ ଗୁଡିକୁ ବୁଣି ଖୁବ ଚର୍ଚ୍ଚା କୁ ଆସିଛନ୍ତି l ସୁଷ୍ମ ହସ୍ତତନ୍ତ କାରିଗରୀ ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାରଙ୍କ ଦେଶ ବିଦେଶରେ ବେଶ ସୁନାମ ରହିଥିବା ବେଳେ  ଜାତୀୟସ୍ତର ରେ ପୁରସ୍କୃତ ହୋଇଥିବା ସୋନପୁର ସହର ରେ ବସ ବାସ କରୁଥିବା ଏକ ଉଦାହରଣ ବା ପ୍ରତିଭା ହେଲେ ବାନ୍ଧ ଶିଳ୍ପୀ ପ୍ରଫୁଲ୍ଳ ମେହେର । ୱାଲ ହେଙ୍ଗୀଙ୍ଗରେ ଶ୍ରୀମଦ ଭଗବତ ଗୀତାର ସମସ୍ତ ଶ୍ଲୋକ କୁ ସ୍ଥାନିତ କରି ତିଆରି ଛନ୍ତି ଏକ ବାନ୍ଧ କଳା ର ଝୁଲଣ l ଏହି ଅବସର ରେ ଆଜି ଶ୍ରୀ ଯୁକ୍ତ ମେହେର ଙ୍କ ଗୋକୁନେଶ୍ୱରପଡା ସ୍ଥିତ ବାସଭରବନ ରେ ଭଵ୍ୟ ଉତ୍ସବ ର ଆୟୋଜନ କରାଯାଇଥିଲା l ସେଠାରେ ବ୍ରାହ୍ମଣ ମାନଙ୍କ  ଦ୍ୱାରା ଗୀତା ପାଠ କରାଯାଇଥିବା ବେଳେ ଗୀତା ମନ୍ତ୍ର ଉଚ୍ଚାରଣରେ ଏ ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ  ପରିବେଶ  ସୃଷ୍ଟି ହୋଇଥିଲା l ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଏଥିରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ କାନ୍ଥ ଝୁଲଣ କୁ ଲୋକାର୍ପଣ କରି ଏହି ଚମତ୍କାରିତା ବାନ୍ଧ କଳା ଦେଶ ବିଦେଶ ର ଲୋକ ଙ୍କୁ ଆକୃଷ୍ଟ କରିବ ଓ ଆମ ସୁବର୍ଣ୍ଣପୁର  ଜିଲ୍ଲା ର ଗୌରବ ବଢାଇବ ବୋଲି କହିଥିଲେ l ଓ ବାନ୍ଧ ଶିଳ୍ପୀ ଶ୍ରୀ ମେହେର ଙ୍କ ସମେତ ଟିମ୍ ୱାର୍କ କୁ ଭୂୟସୀ ପ୍ରଶଂସା କରିଥିଲେ l ବାନ୍ଧଶିଳ୍ପୀ ଶ୍ରୀଯୁକ୍ତ  ପ୍ରଫୁଲ୍ଲ ମେହେର ଙ୍କ ବାପା ସ୍ୱର୍ଗତ ଅନନ୍ତ ରାମ ଜଣେ ଭାଗବତ ପ୍ରେମୀ ହୋଇ ଥିବାରୁ ଆଜି ଏହି ପବିତ୍ର ଭାଗବତ ଜୟନ୍ତି ତିଥି ରେ ୧୪.୩ ମିଟର ଲମ୍ବର ଓ ୩୦  ଇଞ୍ଚ ଓସାର ଏକ ୱାଲ ହେଙ୍ଗୀଙ୍ଗରେ ଭାଗବତର ୧୮ ଅଧ୍ୟାୟ ର ସମସ୍ତ ୭୦୦  ଶ୍ଳୋକ କୁ ନେଇ ସଂସୃତ ଭାଷାରେ ଏହି ୱାଲ ହେଙ୍ଗୀଙ୍ଗଟିି  ତିଆରୀ ହୋଇଛି । ଏଥିପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡିଛି । ଏହି ୱାଲ ହେଙ୍ଗୀଙ୍ଗ ଟି କୁ ଆଜିର ଏହି ପବିତ୍ର ଦିନରେ ସାଧାରଣ ଲୋକଙ୍କ ପାଇଁ ବୁଣା କାମ କରି ବେଶ୍ ଖୁସିଥିବା ଓ ନିଜ କୁ ଗୌରବାନ୍ଵିତ ମନେ କରିଛନ୍ତି ବାନ୍ଧ ଶିଳ୍ପୀ ପ୍ରଫୁଲ୍ଳ ଓ ତାଙ୍କ ସ୍ତ୍ରୀ । ଏହାକୁ ବୁଣିବାକୁ ନିଜେ ପ୍ରଫୁଳ୍ଲଙ୍କ ସହ ୨୭ ଜଣ କାରୀଗର ୪ବର୍ଷ ୬ ମାସ ସମୟ ଲାଗିଥିବା ବିଷୟ ମିଡ଼ିଆ ଙ୍କୁ ପ୍ରକାଶ ଛନ୍ତି  । ଶ୍ରୀ ମେହେର ଜିଲ୍ଲାର ବୀରମହାରାଜପୁର ଅଚଂଳର ଏକ ବୁଣାକାର ପରିବାରରେ ଜନ୍ମିତ ହୋଇ ପିଲାବେଳୁ ନିଜର କୈାଳିକ ବୃତ୍ତି ବାନ୍ଧକଳା ପ୍ରତି ବେଶ ଆଗ୍ରହ ରହିଥିବା ଓ ଅଧ୍ୟୟନ ପରେ ସେ ରାଜ୍ୟ ବୟନ ଓ ହସ୍ତତନ୍ତ ବିଭାଗରେ ଚାକିରି କରିଥିଲେ । ଚାକିରି ସମୟରେ ନିଜର ପ୍ରତିଭା ପ୍ରଦର୍ଶନ କରି ସେ ୧୯୯୨ ରେ ନ୍ୟାଶନାଲ ମେରିଟ୍ ପୁରସ୍କାର ପାଇଥିବା ଖବର ମିଳିଛି। ଅବସର ପରେ ଏବେ ଏହି ୱାଲ ହେଙ୍ଗୀଙ୍ଗ ଟିରେ ଗୀତାର ଶ୍ଲୋକ ଗୁଡିକୁ ବୁଣି ପୁଣି ଚର୍ଚାକୁ ଆସିଛନ୍ତି ଶ୍ରୀ ମେହେର l ଏହି ଅବସର ରେ ଆଜି ଜିଲ୍ଲା ର ଅନେକ ପ୍ରତିଷ୍ଠିତ ବାନ୍ଧଶିଳ୍ପୀ, ସହର ର ବୁଦ୍ଧିଜୀବୀ ଓ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଶ୍ରୀ ମେହେର ଙ୍କ ପୁରା ପରିବାର ଓ ସାଥି ବାନ୍ଧ ଶିଳ୍ପୀ ଙ୍କୁ ଉତ୍ସାହିତ କରି ଏ ଟିମ୍ ର ସଫଳତା ପାଇଁ ଶୁଭ କାମନା ଜଣାଇ ଥିଲେ l ଶ୍ରୀ ମେହେର ଙ୍କ ଏହି ପରି ବିରଳ କୃତିତ୍ବ କୁ ସମ୍ମାନ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଜିଲ୍ଲା ର ବୁଦ୍ଧିଜିବୀ ସରକାର ଙ୍କୁ ଅନୁରୋଧ କରିଛନ୍ତି l କାରଣ ଭଗବଦ୍ ଗୀତା ଯେପରି ସମାଜ ସୁଧାର ପାଇଁ ଏକାନ୍ତ ଆବଶ୍ୟକ ଓ କାଳଜୟୀ , ସେଇ ଗୀତା ର ୭୦୦ ଶ୍ଳୋକ କୁ ବାନ୍ଧ କଳା ରେ ସ୍ଥାଣିତ କରିବା ମଧ୍ଯ କାଳଜୟୀ ଅଟେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026

You Might Also Like