-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
02-Dec-2025
ନୂଆପଡ଼ା (ରାମନାଥ ପଣ୍ଡା)
ଶିକ୍ଷା ବିଭାଗକୁ ସରକାର ଅଣଦେଖା କରୁଥିବା ସ୍ପଷ୍ଟ ଦେଖା ଯାଉଛି।ପୂର୍ବ ସରକାର ବିଭିନ୍ନ ବିଦ୍ୟାଳୟକୁ ଚକ୍ ଚକ୍ କରିଦେଲେ ସତ କିନ୍ତୁ ପ୍ରାୟ କିଛି ହାଇ ସ୍କୁଲରେ ପି ସି ଏମ ଆଉ ସି ବି ଜେଡ ଶିକ୍ଷକର ଅଭାବ ଥିଲା, ଛାତ୍ରଙ୍କ ପାଇଁ ଶୌଚାଳୟ ନ ଥିବା ବର୍ତ୍ତମାନ ମଧ୍ୟ କିଛି ବିଦ୍ୟାଳୟରେ ଦେଖିବାକୁ ମିଳୁଛି। କିଛି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ତୁଳନାରେ ଶ୍ରେଣୀ ଗୃହ ଆଉ ଶିକ୍ଷକଙ୍କ ସଂଖ୍ୟା କମ୍ ତଥାପି ଚାଲିଛି ପାଠପଢ଼ା ।କିଛି ବିଦ୍ୟାଳୟରେ ବାରଣ୍ଡା ପାଲଟିଛି ଶ୍ରେଣୀ ଗୃହ ।ଶିକ୍ଷା ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେଉଥିଲେହେଁ ଛାତ୍ର ଛାତ୍ରୀ ପାଠ ବହି ଓ ଡ୍ରେସ ପାଇବାରେ ବହୁତ୍ ବିଳମ୍ବ କରୁଛନ୍ତି ସରକାର । ହାଇ ସ୍କୁଲ ମାନଙ୍କୁ ଏମ ଡି ଏମ ଦେଲେ କିନ୍ତୁ ୮ ମାସ ବିତିଗଲାଣି ଛାତ୍ର ଛାତ୍ରୀଙ୍କୁ ଏଯାଏଁ ଦେଲେନି ସ୍କୁଲ ୟୁନିଫର୍ମ । ସତରେ ଏ ଅବହେଳା କାହାର ? ବିଭାଗୀୟ ଅଧିକାରୀଙ୍କ ନା ସରକାରଙ୍କ ? ଅବହେଳା ଯାହାର ହୋଇଥାଉନା କାହିଁକି କିନ୍ତୁ ଛାତ୍ର ଛାତ୍ରୀଙ୍କୁ ତାଙ୍କ ଅଧିକାର ଯୋଗାଇବା ମଧ୍ୟ ସରକାରଙ୍କ ଦାୟୀତ୍ୱ ।